Rare Snowfall Over Desert : ଆଶ୍ଚର୍ଯ୍ୟ ! ସାଉଦିରେ ତୁଷାରପାତ

Advertisment

ଜଳବାୟୁ ପରିବର୍ତ୍ତନର ପ୍ରଭାବ କହିଲେ, ପ୍ରଥମେ ମନକୁ ଆସେ ମେରୁ ନଚେତ୍ ଉପକୂଳ ଅଞ୍ଚଳ । ମେରୁରେ ବରଫ ତରଳିବା ସହ, ସମୁଦ୍ର ଜଳସ୍ତର ବଢ଼ିବ, ଜୁଆର ମାଡ଼ି ଆସିବ, ନଦନଦୀ ବାଟହୁଡ଼ିବ, ଜଳ ପ୍ରଦୂଷଣ, ବାୟୁ ପ୍ରଦୂଷଣ, ମୃତ୍ତିକା କ୍ଷୟ, ଜଙ୍ଗଲ କ୍ଷୟ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଚର୍ଚ୍ଚା କରୁ

ଜଳବାୟୁ ପରିବର୍ତ୍ତନର ପ୍ରଭାବ କହିଲେ, ପ୍ରଥମେ ମନକୁ ଆସେ ମେରୁ ନଚେତ୍ ଉପକୂଳ ଅଞ୍ଚଳ । ମେରୁରେ ବରଫ ତରଳିବା ସହ, ସମୁଦ୍ର ଜଳସ୍ତର ବଢ଼ିବ, ଜୁଆର ମାଡ଼ି ଆସିବ, ନଦନଦୀ ବାଟହୁଡ଼ିବ, ଜଳ ପ୍ରଦୂଷଣ, ବାୟୁ ପ୍ରଦୂଷଣ, ମୃତ୍ତିକା କ୍ଷୟ, ଜଙ୍ଗଲ କ୍ଷୟ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଚର୍ଚ୍ଚା କରୁ

Snowfall in Saudi Arabia

Snowfall in Saudi Arabia Photograph: (Kanak News)

କନକ ବ୍ୟୁରୋ: ଉତ୍ତର ସାଉଦି ଆରବରେ ପ୍ରଥମ ଥର ପାଇଁ ତୁଷାରପାତ ହୋଇଛି । ଧଳାଚାଦର ଘୋଡ଼େଇ ହୋଇଥଲା ହଜାର ହଜାର ବର୍ଗ କିଲୋମିଟର ବ୍ୟାପୀ ମରୁଭୂମି ଅଞ୍ଚଳ। ଧଳା ଆଚ୍ଛାଦିତ ବାଲିଆ ପାହାଡ ଏବଂ ବରଫ ଜମିଥିବା ଦୃଶ୍ୟ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପିଗଲା । 

ଶୁଷ୍କ ମରୁରେ ଜଳଜଳ ଜଳବାୟୁ ପରିବର୍ତ୍ତନ 
ଧୁ ଧୁ ମରୁବାଲି ଉପରେ ଅଚାନକ ତୁଷାରପାତ!
୩ ଦଶନ୍ଧି ପରେ ଶୀତଦିନିଆ ବିରଳ ଦୃଶ୍ୟ 

କନକ ବ୍ୟୁରୋ : ଜାମ୍ମୁ କାଶ୍ମୀର କି କେଉଁ ପାର୍ବତ୍ୟାଞ୍ଚଳ ନୁହେଁ । ମରୁ ଦେଶ ସାଉଦି ଆରବରେ ତୁଷାର ପାତ । ଯେଉଁଠି ବର୍ଷା ବି ବିରଳ, ସେଠି ଅଚାନକ ତୁଷାରପାତ ହୋଇଛି । ବରଫ ଆଚ୍ଛାଦିତ ହୋଇଛି ମରୁଭୂମି । କଥାଟି ଶୁଣିବା କ୍ଷଣି କାନକୁ ବିଶ୍ୱାସ କରିବା ସହଜ ନୁହେଁ । ହେଲେ ଏହା ସତ । ଚଳିତବର୍ଷ ମରୁଭୂମି ସମେତ ଉଚ୍ଚ ବାଲୁକାସ୍ତୁପ ଗୁଡ଼ିକୁ ଧଳା ଚାଦରରେ ଘୋଡ଼େଇ ହୋଇଥିବା ଦେଖିବାକୁ ମିଳିଛି । ବରଫମୟ ଦୃଶ୍ୟ ଖୁବ୍‌ ରୋମାଞ୍ଚ ସୃଷ୍ଟି କରିଛନ୍ତି । ଲୋକେ ଏହାକୁ ମନ ଭରି ଉପଭୋଗ କରିଛନ୍ତି । ୩୦ ବର୍ଷ ପରେ ତୁଷାରପାତର ଦୃଶ୍ୟକୁ କିଏ ମୋବାଇଲରେ ତ ଆଉ କିଏ କ୍ୟାମେରାରେ କଏଦ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ନିଜ ଅନୁଭବକୁ ବଖାଣିଛନ୍ତି । ସାଧାରଣ ଲୋକେ ଏହାକୁ ଉପଭୋଗ କରୁଥିଲେ ବି, ଚିନ୍ତିତ ଅଛନ୍ତି ପରିବେଶବିତ । ଏଭଳି ଅସ୍ୱାଭାବିକତା ପଛର ଜଳବାୟୁ ପରିବର୍ତ୍ତନ ଏକ ବଡ଼ କାରଣ ବୋଲି କୁହାଯାଉଛି ।

ଜଳବାୟୁ ପରିବର୍ତ୍ତନର ପ୍ରଭାବ କହିଲେ, ପ୍ରଥମେ ମନକୁ ଆସେ ମେରୁ ନଚେତ୍ ଉପକୂଳ ଅଞ୍ଚଳ । ମେରୁରେ ବରଫ ତରଳିବା ସହ, ସମୁଦ୍ର ଜଳସ୍ତର ବଢ଼ିବ, ଜୁଆର ମାଡ଼ି ଆସିବ, ନଦନଦୀ ବାଟହୁଡ଼ିବ, ଜଳ ପ୍ରଦୂଷଣ, ବାୟୁ ପ୍ରଦୂଷଣ, ମୃତ୍ତିକା କ୍ଷୟ, ଜଙ୍ଗଲ କ୍ଷୟ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଚର୍ଚ୍ଚା କରୁ । ହେଲେ ମରୁଭୂମି ବି ଜଳବାୟୁ ପରିବର୍ତ୍ତନ ଯୋଗୁ କେତେମାତ୍ରାରେ ପ୍ରଭାବିତ ହୋଇପାରେ ! ସାଉଦି ଆରବ ଦୃଶ୍ୟକୁ ଦେଖିଲେ ସ୍ପଷ୍ଟ ଦେଖାଗଲାଣି । ପର୍ବତ ଶିଖରରୁ ମରୁଭୂମି ପର୍ଯ୍ୟନ୍ତ, ସବୁ ବରଫରେ ଆଚ୍ଛାଦିତ ।

ଏଇ କିଛିଦିନ ତଳେ ଉତ୍ତର ସାଉଦି ଆରବରେ ବର୍ଷା ପବନ ଯୋଗୁଁ ଥଣ୍ଡା ବଢ଼ିଯାଇଥିଲା । ବନ୍ୟା ସ୍ଥିତି ମଧ୍ୟ ଉପୁଜିଥିଲା । ତା' ପରେପରେ ପାରଦ ଖୁବ୍‌ ତଳକୁ ଖସିଗଲା । ଯାହା ତୁଷାରପାତ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କଲା । ଜାବାଲ୍ ଅଲ୍ ଲଜ୍ ଏବଂ ଟ୍ରୋଜେନା ଉଚ୍ଚଭୂମି ସମେତ ତାବୁକ୍ ନିକଟବର୍ତ୍ତୀ ଅଞ୍ଚଳରେ, ତାପମାତ୍ରା ମାଇନସ୍‌ ୪ ଡିଗ୍ରି ହୋଇଗଲା । ଫଳରେ ୨୬ଶହ ମିଟର ଉଚ୍ଚରୁ ତୁଷାର ପାତ ହୋଇଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି । 


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe