କନକ ବ୍ୟୁରୋ: ରାନ୍ୟା ରାଓ । ଅଭିନେତ୍ରୀ ଓ ଆଇପିଏସ ଅଧିକାରୀଙ୍କ ଝିଅ କିନ୍ତୁ ତାଙ୍କ କଳା କାରାନାମା ଏବେ ସାରା ଦେଶରେ ଚାଞ୍ଚଲ୍ୟ କରିଛି । ସୁନା ସ୍ମଗଲିଂ ମାମଲା ସିବିଆଇ ହାତକୁ ଯିବା ପରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ତଥ୍ୟ । ସେପଟେ କୋର୍ଟରେ ହାଜର ସମୟରେ କାନ୍ଦି ପକାଇବା ସହ ରାନ୍ୟା କହିଛନ୍ତି ତାଙ୍କୁ ମିଛ ମାମଲାରେ ଫଶାଯାଇଛି ।

Advertisment

ଏମିତି ତ ଅନେକ ଲୋକ ତସ୍କରୀ ଧରାପଡୁଛନ୍ତି  କିନ୍ତୁ ରାନ୍ୟା ରାଓଙ୍କ କଥା ଟିକେ ଅଲଗା । କନ୍କଡ ସିନେ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ସାଙ୍ଗକୁ ଆଇପିଏସ ଅଧିକାରୀଙ୍କ ଝିଅ । ତେଣୁ ସମସ୍ତଙ୍କ ଆଖିରେ ଧୂଳି ଦେଇ କରୁଥିଲେ ସୁନା ତସ୍କରୀ । ସବୁ ଦିନ ପରି ମାର୍ଚ୍ଚ ୬  ରାନ୍ୟାଙ୍କ ପାଇଁ ଅଶୁଭ ଦିନ ଥିଲା । ବେଙ୍ଗାଲୁରୁ ଅର୍ନ୍ତଜାତୀୟ  ବିମାନବନ୍ଦର କଷ୍ଟମ ଡିପାଟମେଣ୍ଟ ହାତରେ ୧୭କେଜି ସୁନା ସହ ଧରାପଡିଥିଲେ । ତେବେ ପ୍ରଶ୍ନ ଉଠେ...

-ଏତେ ଦିନ କାହିଁକି ଧରାପଡୁନଥିଲେ ରାନ୍ୟା? 
-ବିମାନବନ୍ଦର କଡ଼ାଯାଞ୍ଚକୁ ଭେଦ କରି କେମିତି ଖସିଯାଉଥିଲେ?
-ତସ୍କରୀ ପାଇଁ ରାନ୍ୟାଙ୍କ ସ୍ବତନ୍ତ୍ର ପୋଷାକ
-ଦୁବାଇକୁ ଯିବା ସମୟରେ ବିଭିନ୍ନ ପ୍ରକାର ପୋଷାକ ପିନ୍ଧୁଥିଲେ 
-କିନ୍ତୁ ଫେରିବା ସମୟରେ ଗୋଟିଏ ପ୍ରକାର ପୋଷାକ ପିନ୍ଧୁଥିଲେ 
-ତସ୍କରୀ ପାଇଁ ଖାସ୍‌ ପୋଷାକ ତିଆରି କରିଥିଲେ
-ସ୍କାନିଂରେ ଧରା ନ ପଡ଼ିବାକୁ ସ୍ବତନ୍ତ୍ର ପୋଷାକ ପିନ୍ଧୁଥିଲେ
-ପୋଷାକରେ ସୁନାତାର ଗୁ୍ନ୍ଥା ଯାଉଥିଲା

ଏତେ ଦିନ ଧରି କଳା କାରାବାର କରୁଥିଲେ ବି କାହିଁକି ଧରାପଡୁନଥିଲେ ରାନ୍ୟା ଏନେଇ ଅନେକ ପ୍ରଶ୍ନ ଉଠୁଛି । ସୂଚନା ଅନୁସାରେ ସନ୍ଦେହ ବଢ଼ାଇଥିଲା ରାନ୍ୟାଙ୍କ ବାରମ୍ବାର ବିଦେଶ ଗସ୍ତ । 

ଆଇପିଏସ୍‌ ବାପାଙ୍କ ନାଁରେ ଖସିଯାଉଥିଲେ

-୧୨ ମାସରେ ୩୦ ଥର,୧୫ ଦିନରେ ୪ ଥର ବିଦେଶ ଗସ୍ତ କରିଥିଲେ
-ରାଜସ୍ବ ଗୁଇନ୍ଦା ବିଭାଗ ସିସିଟିଭି ଫୁଟେଜ ତଦନ୍ତ କରିଥିଲେ
-ବିମାନଯାତ୍ରା ସମୟରେ ତାଙ୍କୁ ଭିଭିଆଇପି ଟ୍ରିଟ୍‌ମେଣ୍ଟ ମିଳୁଥିଲା
-ଆଇପିଏସ୍‌ ବାପାଙ୍କ ନାଁ କହି ଅନେକ ସୁବିଧା ପାଉଥିଲେ
-ସିକ୍ୟୁରିଟି ଚେକିଂ ବିନା ବିମାନବନ୍ଦରରୁ ବାହାରିପାରୁଥିଲେ 

ଜଣେ ଅଭିନେତ୍ରୀ ଓ ପ୍ରତିଷ୍ଠିତ ପରିବାରର ଝିଅ ଏଭଳି ରାସ୍ତା କାହିଁକି ଆପଣାଇଲା ଏନେଇ ମଧ୍ୟ ପ୍ରଶ୍ନ ଉଠିବା ସ୍ବାଭାବିକ ।ମିଳିଥିବା ସୂଚନା ଅନୁସାରେ ଆଇପିଏଏସ ଅଧିକାରୀଙ୍କ ସାବତ ଝିଅ ରାନ୍ୟା ବେଙ୍ଗାଲୁରୁରେ ପାଠ ପଡିବା ପରେ ମଡେଲିଂ ଓ ଅଭିନୟ ଦୁନିଆରେ ଏଣ୍ଟ୍ରି କରିଥିଲେ । ଯାହାକୁ ବିରୋଧ କରିଥିଲେ ପରିବାର । ଅଧିକ ପଇସା ରୋଜଗାର ପାଇଁ ସେ ତସ୍କରୀ ରାସ୍ତା ଆପଣାଇଥିବା କୁହାଯାଉଛି ।

ଥରକେ ନେଉଥିଲେ ୫୦ଲକ୍ଷ ଟଙ୍କା କମିସନ

-ଦୁବାଇରେ କେଜି କେଜି ସୁନା ଆଣି ଭାରତରେ ବିକୁଥିଲେ 
-ଥରକେ ୧୪ରୁ ୧୫ କେଜି ସୁନା ଆଣୁଥିଲେ
-ଥରକେ ୫୦ ଲକ୍ଷରୁ ଅଧିକ କମିଶନ ନେଉଥିଲେ 

ସେପଟେ ସିବିଆଇ ହାତକୁ ମାମଲା ଆସିବା ପରେ ଟିମ ମୁମ୍ବାଇ ଓ ବେଙ୍ଗାଲୁରରେ ପହଁଚିଛି । ୫ଟି ଦିଗ ଉପରେ ତଦନ୍ତ ଆରମ୍ଭ କରିଛି ସିବିଆଇ ।

ସୁନା ତସ୍କରୀରେ ସିବିଆଇ ଏଣ୍ଟ୍ରିଂ
-ତସ୍କରୀ ପଛରେ ଏକୁଟିଆ ରାନ୍ୟା ଅଛନ୍ତି କି?
-ନା ତାଙ୍କ ପଛରେ ଆଉ କେଉଁ ରାକେଟ୍‌ ରହିଛି?
-ବ୍ୟାଙ୍କ ଆକାଉଣ୍ଟ ଖୋଳତାଡ଼ କରାଯାଉଛି
-କେବଳ ଭାରତରେ ତସ୍କରୀ କରୁଥିଲେ ନା ଅନ୍ତର୍ଜାତୀୟ ସ୍ତରରେ ଚେର ଲମ୍ବିଛି
-ତସ୍କରୀ ପାଇଁ କାହାଠୁ କେତେ ଟଙ୍କା କମିଶନ ନେଉଥିଲେ?
-ସ୍ବାମୀଙ୍କ ଭୂମିକା କ’ଣ ରହିଛି?
-ରାନ୍ୟାଙ୍କ ସ୍ବାମୀ ଜତିନ ହୁକେରୀ,କର୍ଣ୍ଣାଟକର ଜଣାଶୁଣା ଆର୍କିଟେକ୍

ଜଣେ ଜଣାଶୁଣା ଅଭିନେତ୍ରୀ ଜଣେ ପ୍ରତିଷ୍ଠିତ ଆର୍କିଟେକ। କିଛି ମାସ ପୂର୍ବରୁ ବିବାହ କରିଥିଲେ । ସ୍ବାମୀ ଓ ସ୍ତ୍ରୀଙ୍କ କଳା କାରନାମା ଏବେ ସାରା ଦେଶରେ ଚହଳ ପକାଇଛି । ତେବେ ବିବାହ କରିବା ପରେ ଜତିନଙ୍କ ସହ ଏକାଠି ମିଶି ତସ୍କରୀ କରୁଥିଲେ ନା ଏହା ପୂର୍ବରୁ ହିଁ କଳା କାରାନାମାର ସାମ୍ରାଜ୍ୟ ଗଢ଼ିଥିଲେ ଏହା ଉପରୁ ପର୍ଦ୍ଦା ଉଠାଇବ ସିବିଆଇ । ଡିଆରଆଇ ତଦନ୍ତରେ ଏକଥା ସ୍ପଷ୍ଟ ହୋଇସାରିଛି ରାନ୍ୟା ଦୁବାଇରୁ କମ ମୂଲ୍ୟରେ  ସୁନା ଆଣି ଭାରତ ବିକୁଥିଲେ । ତେବେ ସିବିଆଇର ତଦନ୍ତ ଉପରେ ଏବେ ନଜର ରହିଛି ।