ରାତିରେ ବର୍ଷା, ସକାଳେ ଭୂକମ୍ପ : ଦିଲ୍ଲୀରେ ପ୍ରକୃତିର ତାଣ୍ଡବ

Advertisment

ବଡ଼ ଧରଣର ଭୂକମ୍ପରେ ଦୋହଲିଲା ଦିଲ୍ଲୀ । ସକାଳୁ ସକାଳୁ ଥରିଲା ଭାରତର ରାଜଧାନୀ ।

ବଡ଼ ଧରଣର ଭୂକମ୍ପରେ ଦୋହଲିଲା ଦିଲ୍ଲୀ । ସକାଳୁ ସକାଳୁ ଥରିଲା ଭାରତର ରାଜଧାନୀ ।

mvkvgkfg

Photograph: (kanaknews)

କନକ ବ୍ୟୁରୋ : ରାତି ତମାମ ବର୍ଷା ପରେ ସକାଳୁ ସକାଳୁ ଥରିଲା ଦିଲ୍ଲୀ । ଦେଶର ରାଜଧାନୀକୁ ଲାଗିଲା ଭୂକମ୍ପର ଝଟକା । ଦିଲ୍ଲୀକୁ ଲାଗିଲା ଭୂକମ୍ପର ଝଟକା । ବଡ଼ ଧରଣର ଭୂକମ୍ପରେ ଦୋହଲିଲା ଦିଲ୍ଲୀ । ସକାଳୁ ସକାଳୁ ଥରିଲା ଭାରତର ରାଜଧାନୀ । ସକାଳ ୯ଟା ୪ରେ ଭୂକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୪ ଥିବା ସୂଚନା ମିଳିଛି । ଭୂକମ୍ପର କେନ୍ଦ୍ରସ୍ଥଳ ହରିଆଣାର ଝାଜର । 

ତେବେ ଦିଲ୍ଲୀ, ନୋଏଡା ଏବଂ ଗାଜିଆବାଦରେ ଅନୁଭୂତ ହୋଇଛି ଭୂକମ୍ପ । ପ୍ରାୟ ୧୦ ସେକେଣ୍ଡ ଯାଏଁ ଥରିଲା ଦିଲ୍ଲୀ । ସକାଳୁ ସକାଳୁ ଭୂକମ୍ପରେ ଭୟଭୀତ ଲୋକେ । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ରିପୋର୍ଟ ଆସିନି । ସେପଟେ ଗତକାଲି ରାତିରୁ ଦିଲ୍ଲୀରେ ଜାରି ରହିଛି ପ୍ରବଳ ବର୍ଷା । ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ ଜଳବନ୍ୟା ଓ ଟ୍ରାଫିକ ଜାମ୍ ଦେଖାଦେଇଛି । ନଜାଫଗଡ଼ରେ ୬୦ ମିଲିମିଟର ବର୍ଷା ହୋଇଥିବା ବେଳେ ଅନ୍ୟ ଅଞ୍ଚଳରେ ୧ ଦଶମିକ ୪ ମିଲିମିଟର ରେକର୍ଡ ହୋଇଛି ।  ସେହିପରି ଆଇଜିଆଇ ବିମାନବନ୍ଦରରେ ୧୨ଟି ବିମାନ ଉଡ଼ାଣ ଡାଇଭର୍ଟ ହୋଇଛି । ଆଇଏମଡି ରେଡ୍ ଆଲର୍ଟ ଜାରି କରି ଆଗାମୀ ୨୪ ଘଣ୍ଟା ପାଇଁ ଅଧିକ ବର୍ଷା ସମ୍ଭାବନା ସୂଚନା ଦେଇଛି । ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe