କନକ ବ୍ୟୁରୋ : ରାତି ତମାମ ବର୍ଷା ପରେ ସକାଳୁ ସକାଳୁ ଥରିଲା ଦିଲ୍ଲୀ । ଦେଶର ରାଜଧାନୀକୁ ଲାଗିଲା ଭୂକମ୍ପର ଝଟକା । ଦିଲ୍ଲୀକୁ ଲାଗିଲା ଭୂକମ୍ପର ଝଟକା । ବଡ଼ ଧରଣର ଭୂକମ୍ପରେ ଦୋହଲିଲା ଦିଲ୍ଲୀ । ସକାଳୁ ସକାଳୁ ଥରିଲା ଭାରତର ରାଜଧାନୀ । ସକାଳ ୯ଟା ୪ରେ ଭୂକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୪ ଥିବା ସୂଚନା ମିଳିଛି । ଭୂକମ୍ପର କେନ୍ଦ୍ରସ୍ଥଳ ହରିଆଣାର ଝାଜର ।
ତେବେ ଦିଲ୍ଲୀ, ନୋଏଡା ଏବଂ ଗାଜିଆବାଦରେ ଅନୁଭୂତ ହୋଇଛି ଭୂକମ୍ପ । ପ୍ରାୟ ୧୦ ସେକେଣ୍ଡ ଯାଏଁ ଥରିଲା ଦିଲ୍ଲୀ । ସକାଳୁ ସକାଳୁ ଭୂକମ୍ପରେ ଭୟଭୀତ ଲୋକେ । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ରିପୋର୍ଟ ଆସିନି । ସେପଟେ ଗତକାଲି ରାତିରୁ ଦିଲ୍ଲୀରେ ଜାରି ରହିଛି ପ୍ରବଳ ବର୍ଷା । ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ ଜଳବନ୍ୟା ଓ ଟ୍ରାଫିକ ଜାମ୍ ଦେଖାଦେଇଛି । ନଜାଫଗଡ଼ରେ ୬୦ ମିଲିମିଟର ବର୍ଷା ହୋଇଥିବା ବେଳେ ଅନ୍ୟ ଅଞ୍ଚଳରେ ୧ ଦଶମିକ ୪ ମିଲିମିଟର ରେକର୍ଡ ହୋଇଛି । ସେହିପରି ଆଇଜିଆଇ ବିମାନବନ୍ଦରରେ ୧୨ଟି ବିମାନ ଉଡ଼ାଣ ଡାଇଭର୍ଟ ହୋଇଛି । ଆଇଏମଡି ରେଡ୍ ଆଲର୍ଟ ଜାରି କରି ଆଗାମୀ ୨୪ ଘଣ୍ଟା ପାଇଁ ଅଧିକ ବର୍ଷା ସମ୍ଭାବନା ସୂଚନା ଦେଇଛି । ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/07/10/mvkvgkfg-2025-07-10-14-49-06.jpg)