ନିର୍ବାଚନ କମିସନଙ୍କୁ ପୁଣି ରାହୁଲଙ୍କ ଟାର୍ଗେଟ୍ : ଭୋଟର ତାଲିକା ନେଇ ଜବାବ ଦିଅନ୍ତୁ କମିସନ

Advertisment

ମହାରାଷ୍ଟ୍ରରେ ୪୦ ଲକ୍ଷ ନକଲି ଭୋଟରଙ୍କୁ ତାଲିକାରେ ସାମିଲ କରାଯାଇଛି । ଏଠାରେ ୫  ମାସରେ ବହୁ ନାଁ ଭୋଟର ତାଲିକାରେ ଯୋଡ଼ା ଯାଇଛି । ରାହୁଲ କହିଛନ୍ତି, ନିର୍ବାଚନ କମିସନ ଇଲେକ୍ଟ୍ରନିକ୍ସ ଡାଟା ଦେଉନାହାନ୍ତି । ଆଭ୍ୟନ୍ତରୀଣ ଯାଞ୍ଚ କରି ଭୋଟ୍ ଚୋରି ଧରିବାକୁ  ଛଅ ମାସ ସମୟ ଲାଗିଯାଇଛି ।

ମହାରାଷ୍ଟ୍ରରେ ୪୦ ଲକ୍ଷ ନକଲି ଭୋଟରଙ୍କୁ ତାଲିକାରେ ସାମିଲ କରାଯାଇଛି । ଏଠାରେ ୫  ମାସରେ ବହୁ ନାଁ ଭୋଟର ତାଲିକାରେ ଯୋଡ଼ା ଯାଇଛି । ରାହୁଲ କହିଛନ୍ତି, ନିର୍ବାଚନ କମିସନ ଇଲେକ୍ଟ୍ରନିକ୍ସ ଡାଟା ଦେଉନାହାନ୍ତି । ଆଭ୍ୟନ୍ତରୀଣ ଯାଞ୍ଚ କରି ଭୋଟ୍ ଚୋରି ଧରିବାକୁ  ଛଅ ମାସ ସମୟ ଲାଗିଯାଇଛି ।

43

କନକ ବ୍ୟୁରୋ : ଭୋଟର ତାଲିକାରେ ଜାଲିଆତି ନେଇ ପୁଣି ନିର୍ବାଚନ କମିସନଙ୍କ ଉପରେ ରାହୁଲ ଗାନ୍ଧୀ ପ୍ରଶ୍ନ ଚିହ୍ନ ଲଗାଇଛନ୍ତି । ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭୋଟର ତାଲିକାରେ ବ୍ୟାପକ ଜାଲିଆତି ଅଭିଯୋଗ କରିଛନ୍ତି ରାହୁଲ । Rahul's target again for the Election Commission.Rahul's target again for the Election Commission.

ବେଙ୍ଗାଲୁରୁର ମହାଦେବପୁରା ବିଧାନସଭା ଆସନରେ କଂଗ୍ରେସ ୩୨, ୭୦୭ ଭୋଟରେ ପରାଜିତ ହେଲା । ବିଜେପି ଲକ୍ଷାଧିକ ଭୋଟ୍ ବ୍ୟବଧାନରେ ଜିତିଥିବାରୁ ସନ୍ଦେହ ହେଲା ବୋଲି ରାହୁଲ କହିଛନ୍ତି । ଭୋଟରଙ୍କ ବାପାଙ୍କ ନାଁ ମନଇଚ୍ଛା ଲେଖାଯାଇଛି ।  ଘରର ଠିକଣା ନାହିଁ । ୧୧ହଜାର ଭୋଟର ତିନି ଥର ଭୋଟ୍ ଦେଇଛନ୍ତି । ନକଲି ଭୋଟର, ଅବୈଧ ଠିକଣା, ଗୋଟିଏ ଠିକଣାରେ ବଲ୍କ ଭୋଟର, ଅବୈଧ ଫଟୋ, ଫର୍ମ ନମ୍ବର ୬ର ଦୁରୁପଯୋଗ କରି ଭୋଟର ତାଲିକା କରାଯାଇଥିବା ରାହୁଲ ଅଭିଯୋଗ  କରିଛନ୍ତି ।

ବିଜେପି ସହ ମିଶି ନିର୍ବାଚନ କମିସନ ଏପରି କରିଥିବା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି । ବିହାର ଭୋଟର ତାଲିକା ସଂଶୋଧନ ନେଇ ତମ୍ବିତୋଫାନ ବେଳେ ରାହୁଲ ପୁଣି ମହାରାଷ୍ଟ୍ର ଓ କର୍ଣ୍ଣାଟକ ପ୍ରସଙ୍ଗ ଉଠାଇଛନ୍ତି । ତେବେ ଏନେଇ ସତ୍ୟପାଠ ସହ ଘୋଷଣାନାମା, ଅଯୋଗ୍ୟ ଭୋଟରଙ୍କ ନାଁ ଓ ବିସ୍ତୃତ ବିବରଣୀ ଦେବାକୁ କର୍ଣ୍ଣାଟକ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଜରିଆରେ ନିର୍ବାଚନ କମିସନ ରାହୁଲଙ୍କୁ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe