କନକ ବ୍ୟୁରୋ : ଭୋଟର ତାଲିକାରେ ଜାଲିଆତି ନେଇ ପୁଣି ନିର୍ବାଚନ କମିସନଙ୍କ ଉପରେ ରାହୁଲ ଗାନ୍ଧୀ ପ୍ରଶ୍ନ ଚିହ୍ନ ଲଗାଇଛନ୍ତି । ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭୋଟର ତାଲିକାରେ ବ୍ୟାପକ ଜାଲିଆତି ଅଭିଯୋଗ କରିଛନ୍ତି ରାହୁଲ । Rahul's target again for the Election Commission.Rahul's target again for the Election Commission.
ବେଙ୍ଗାଲୁରୁର ମହାଦେବପୁରା ବିଧାନସଭା ଆସନରେ କଂଗ୍ରେସ ୩୨, ୭୦୭ ଭୋଟରେ ପରାଜିତ ହେଲା । ବିଜେପି ଲକ୍ଷାଧିକ ଭୋଟ୍ ବ୍ୟବଧାନରେ ଜିତିଥିବାରୁ ସନ୍ଦେହ ହେଲା ବୋଲି ରାହୁଲ କହିଛନ୍ତି । ଭୋଟରଙ୍କ ବାପାଙ୍କ ନାଁ ମନଇଚ୍ଛା ଲେଖାଯାଇଛି । ଘରର ଠିକଣା ନାହିଁ । ୧୧ହଜାର ଭୋଟର ତିନି ଥର ଭୋଟ୍ ଦେଇଛନ୍ତି । ନକଲି ଭୋଟର, ଅବୈଧ ଠିକଣା, ଗୋଟିଏ ଠିକଣାରେ ବଲ୍କ ଭୋଟର, ଅବୈଧ ଫଟୋ, ଫର୍ମ ନମ୍ବର ୬ର ଦୁରୁପଯୋଗ କରି ଭୋଟର ତାଲିକା କରାଯାଇଥିବା ରାହୁଲ ଅଭିଯୋଗ କରିଛନ୍ତି ।
ବିଜେପି ସହ ମିଶି ନିର୍ବାଚନ କମିସନ ଏପରି କରିଥିବା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି । ବିହାର ଭୋଟର ତାଲିକା ସଂଶୋଧନ ନେଇ ତମ୍ବିତୋଫାନ ବେଳେ ରାହୁଲ ପୁଣି ମହାରାଷ୍ଟ୍ର ଓ କର୍ଣ୍ଣାଟକ ପ୍ରସଙ୍ଗ ଉଠାଇଛନ୍ତି । ତେବେ ଏନେଇ ସତ୍ୟପାଠ ସହ ଘୋଷଣାନାମା, ଅଯୋଗ୍ୟ ଭୋଟରଙ୍କ ନାଁ ଓ ବିସ୍ତୃତ ବିବରଣୀ ଦେବାକୁ କର୍ଣ୍ଣାଟକ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଜରିଆରେ ନିର୍ବାଚନ କମିସନ ରାହୁଲଙ୍କୁ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/08/07/43-2025-08-07-20-20-10.jpg)