କନକ ବ୍ୟୁରୋ : ହରିଆଣା ନିର୍ବାଚନୀକ୍ୟାମ୍ପେନରେ ବିଜେପିକୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ। ଶିଳ୍ପପତିଙ୍କ ସହ ବିଜେପି ହାତ ମିଳାଇ ଗରିବଙ୍କସ୍ୱାର୍ଥରେ ସାଲିସ କରୁଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା । ରାହୁଲଙ୍କ ସହ ଭଉଣୀ ତଥା କଂଗ୍ରେସରସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି ।
ବିଜୟ ସଙ୍କଳ୍ପ ଯାତ୍ରାରେରାହୁଲ କହିଛନ୍ତି, ଏଥର ଦୁଇଟି ବିଚାରଧାରା ମଧ୍ୟରେ ଲଢେଇ ହେବ ଗୋଟିଏ ନ୍ୟାୟ, ଅନ୍ୟଟି ଅନ୍ୟାୟ । ଆସନ୍ତାଅକ୍ଟୋବର ୫ ତାରିଖରେ ହରିଆଣାରେ ନିର୍ବାଚନ ହେବାର ଅଛି । ଲୋକସଭା ନିର୍ବାଚନରେ ହରିଆଣା ବିଧାନସଭାନିର୍ବାଚନ ହେବାର ଥିବାରୁ ନିର୍ବାନରେ ଲୋକଙ୍କ ମୁଡ କାହା ସପକ୍ଷରେ ଅଛି ତାହା ଉପରେ ସମସ୍ତଙ୍କରନଜର ରହିଛି ।
ଗତକାଲି ଜମ୍ମୁ କାଶ୍ମୀର ନିର୍ବାଚନୀ ସଭାରେ ଭାଷଣ ଦେଉଥିବା ସମୟରେଅସୁସ୍ଥ ହୋଇପଡିଥିଲେ ୮୧ ବର୍ଷିୟ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । କିଛି ସମୟ ପରେ ସୁସ୍ଥହେବା ପରେ କହିଥିଲେପ୍ରଧାନମନ୍ତ୍ରୀ ମୋଦୀ କ୍ଷମତାରୁ ହଟିବା ପୂର୍ବରୁ ସେ ମରିବେ ନାହିଁ ।ଖଡ଼ଗେ ଏହି ବୟାନକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । ଗୃହମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀନିର୍ମଳା ସୀତାରମଣ ଏବଂ ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି କଂଗ୍ରେସର ଭୟ ଓ ଘୃଣା ଏଥିରୁ ଜଣାପଡୁଛିକହିଛନ୍ତି ଗୃହମନ୍ତ୍ରୀ । କିଏ ମରୁ ଅବା ବଞ୍ଚୁ ମୋଦୀଙ୍କ ୧୦୦ ବର୍ଷବଞ୍ଚିବେ ଏବଂ ଶାସନ କରିବେବୋଲି କହିଛନ୍ତିଗିରିରାଜ ସିଂ ।ଯାହାର ଯବାବ ରଖିଛି କଂଗ୍ରେସ ।
ଜମ୍ମୁ କାଶ୍ମୀର ନିର୍ବାଚନ ଉଷ୍ମତାକୁ ବଢ଼ାଇ ଦେଇଛି ଖଡ଼ଗେଙ୍କଏହି ବୟାନ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମାଲୋଚନା କରିବା ସହଖଡ଼ଗେଙ୍କୁ ୨୦୪୭ ବିକଶିତ ଭାରତ ଦେଖିବା ପାଇଁ ବଞ୍ଚିରୁହନ୍ତୁବୋଲି କହିଛନ୍ତି । ଜମ୍ମୁ ଓ କଶ୍ମୀରର ନିର୍ବାଚନୀ ରାଲିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଅସୁସ୍ଥ ହୋଇ ସୁସ୍ଥ ହେବା ପରେ ମୋଦୀଙ୍କୁ କ୍ଷମତାରୁ ହଟାଇବା ପୂର୍ବରୁ ସେ ମରିବେ ନାହିଁ ବୋଲି କହିଥିଲେ ।ଏହାର କିଛି ସମୟ ପରେ ଖଡ଼ଗେଙ୍କୁ ଫୋନ କରି ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ।