କଂଗ୍ରେସରେ ହଲଚଲ୍ ! ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ଦେଲେ ବିଜେପି ନେତା..ଭିଡିଓ ଭାଇରାଲ

Advertisment

ଶିଖ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ବିଜେପି । ଏହାରି ଭିତରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଶିଖ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ବିଜେପି । ଏହାରି ଭିତରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

rahul gandhi death threat

କନକ ବ୍ୟୁରୋ : ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ଦେଲେ ବିଜେପି ନେତା । କଂଗ୍ରେସ ହେଲା ପ୍ରତିକ୍ରିୟାଶୀଳ । ନିକଟରେ ରାହୁଲ ଗାନ୍ଧୀଙ୍କ ଆମେରିକା ଗସ୍ତକୁ ନେଇ ବିଜେପି ପକ୍ଷରୁ ତାଙ୍କୁ ଜୋରଦାର ବିରୋଧ କରାଯାଉଛି ।

ଶିଖ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ବିଜେପି । ଏହାରି ଭିତରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦିଲ୍ଲୀ ବିଜେପି ନେତା ତଥା ପୂର୍ବତନ ବିଧାୟକ ତରବିନ୍ଦର ସିଂହ ହତ୍ୟା କରିବା ନେଇ ଖୋଲାଖୋଲି ଧମକ ଦେଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ କଂଗ୍ରେସ ଉଠାଇଛି ପ୍ରଶ୍ନ ।

କଂଗ୍ରେସ କହିଛି ଏକ ସାମ୍ବିଧାନିକ ପଦବୀରେ ଥିବା ରାଜନେତାଙ୍କୁ କାହା ସାହସରେ ଏଭଳି ଧମକ ଦିଆଯାଉଛି । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ବିଜେପି ଏହାକୁ ନେଇ ଚୁପ କାହିଁକି ବୋଲି ପଚାରିଛନ୍ତି କଂଗ୍ରେସ  ନେତ୍ରୀ ସୁପ୍ରିୟା ଶ୍ରୀନେଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe