କନକ ବ୍ୟୁରୋ : ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ଦେଲେ ବିଜେପି ନେତା । କଂଗ୍ରେସ ହେଲା ପ୍ରତିକ୍ରିୟାଶୀଳ । ନିକଟରେ ରାହୁଲ ଗାନ୍ଧୀଙ୍କ ଆମେରିକା ଗସ୍ତକୁ ନେଇ ବିଜେପି ପକ୍ଷରୁ ତାଙ୍କୁ ଜୋରଦାର ବିରୋଧ କରାଯାଉଛି ।
ଶିଖ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ବିଜେପି । ଏହାରି ଭିତରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦିଲ୍ଲୀ ବିଜେପି ନେତା ତଥା ପୂର୍ବତନ ବିଧାୟକ ତରବିନ୍ଦର ସିଂହ ହତ୍ୟା କରିବା ନେଇ ଖୋଲାଖୋଲି ଧମକ ଦେଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ କଂଗ୍ରେସ ଉଠାଇଛି ପ୍ରଶ୍ନ ।
କଂଗ୍ରେସ କହିଛି ଏକ ସାମ୍ବିଧାନିକ ପଦବୀରେ ଥିବା ରାଜନେତାଙ୍କୁ କାହା ସାହସରେ ଏଭଳି ଧମକ ଦିଆଯାଉଛି । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ବିଜେପି ଏହାକୁ ନେଇ ଚୁପ କାହିଁକି ବୋଲି ପଚାରିଛନ୍ତି କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେଟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/Ypm1UMf3upA06xfR9v0T.jpg)