କନକ ବ୍ୟୁରୋ: ଆଲାସ୍କାରେ ଭ୍ଲାଦିମିର ପୁଟିନ ପ୍ରକୃତରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ନ ଥିଲେ ବୋଲି କିଛି ଲୋକ ବିଶ୍ଵାସ କରୁଛନ୍ତି । ଏହା ବଦଳରେ ରୁଷ୍ ରାଷ୍ଟ୍ରପତି ତାଙ୍କ ଭଳି ଦେଖାଯାଉଥିବା ଏକ ବହୁରୂପୀକୁ ଆମେରିକା ମାଟିକୁ ପଠାଇଥିଲେ । ବୋଲି ସେମାନେ ଦାବି କରିଛନ୍ତି । ଷଡ଼ଯନ୍ତ୍ର ତତ୍ତ୍ବବାଦୀମାନେ ପୁଟିନଙ୍କ ରୂପ ଓ ଗତିବିଧି ଉପରେ ଆଧାର କରି ଦାବି କରିଥିଲେ ଯେ ଆଲାସ୍କାରେ ଅବତରଣ କରିଥିବା ବ୍ୟକ୍ତିଙ୍କ ଗାଲ ପୂରା ଥିଲା ଏବଂ ପ୍ରକୃତ ରୁଷୀୟ ନେତାଙ୍କ ତୁଳନାରେ ସେ ଅଧିକ ହସଖୁସି ଦେଖାଯାଉଥିଲେ ।
କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କରିଛନ୍ତି ଯେ ପୁଟିନଙ୍କ ପାଖରେ ଅନେକ ଡୋପେଲଗ୍ୟାଗର (ବହୁରୂପୀ) ଅଛନ୍ତି ଯେଉଁମାନେ ତାଙ୍କ ତରଫରୁ ନିଜକୁ ସାର୍ବଜନୀନ ପ୍ରଦର୍ଶନ କରନ୍ତି। ଜଣେ ଏକ୍ସ ୟୁଜର ଲେଖିଛନ୍ତି, ପ୍ରକୃତ ପୁଟିନ ତ ଯାଇ ନ ଥିଲେ କି ତାଙ୍କର ଜଣେ ଭଲ ବହୁରୂପୀକୁ ପଠାଇ ନ ଥିଲେ । ସେ ଏକ ‘ଜୋଭିଆଲ୍ ପୁଟିନ’ଙ୍କୁ ପଠାଇଥିଲେ, ଯିଏ ସାଧାରଣତଃ କ୍ବଚିତ୍ ସାର୍ବଜନୀନ ପ୍ରଦର୍ଶନ କରନ୍ତି ଏବଂ ଉତ୍ତରକୋରିଆରେ କିମ୍ଙ୍କୁ ଭେଟିବାକୁ ଯାନ୍ତି। ଅନ୍ୟ ଜଣେ ଲେଖିଛନ୍ତି, ଯେଉଁମାନେ ଏପର୍ଯ୍ୟନ୍ତ ବୁଝିପାରୁନାହାନ୍ତି ଯେ ଏହା ପୁଟିନଙ୍କ ସବୁଠାରୁ ବ୍ୟୟବହୁଳ ବହୁରୂପୀ ସେମାନେ ମୂର୍ଖ ଗାଲ ବହୁତ ଖରାପ ଓ ସେ ବହୁତ ହସୁଥିଲେ । ସେ ପୂରା ସମୟ ହସକୁ ଅଟକାଇବାକୁ ଚେଷ୍ଟା କରୁଥିଲେ ବୋଲି ଜଣେ ଷଡ଼ଯନ୍ତ୍ର ତତ୍ତ୍ୱବିତ୍ ଦାବି କରିଛନ୍ତି । ସେ ବହୁତ ଆନିମେଟେଡ୍ । ପ୍ରକୃତ ପୁଟିନଙ୍କ ମୁହଁ ଅଧିକ ସିଧା, ତାଙ୍କ ଭାବନା ବା ଇମୋସନ କ୍ବଚିତ୍ ଥାଏ ବୋଲି ଅନ୍ୟ ଜଣେ ମତ ଦେଇଛନ୍ତି ।
ପୁଟିନ ବହୁରୂପୀ ବ୍ୟବହାର କରିବା କଳ୍ପନାଜଳ୍ପନା ନୂଆ ନୁହେଁ । ବାସ୍ତବରେ, ଭ୍ଲାଦିମିର ପୁଟିନଙ୍କ କଥିତ ବହୁରୂପୀ ପାଇଁ ସମର୍ପିତ ଏକ ଉଇକିପିଡ଼ିଆ ପ୍ରବନ୍ଧ ଅଛି । ବହୁରୂପୀ ସିଦ୍ଧାନ୍ତର ସମର୍ଥକମାନେ ବିଶ୍ଵାସ କରନ୍ତି ଯେ ୭୨ ବର୍ଷୀୟ ରୁଷୀୟ ନେତାଙ୍କ ପରି ଦେଖାଯିବା ପାଇଁ ତାଙ୍କ ବହୁରୂପୀର ପ୍ଲାଷ୍ଟିକ୍ ସର୍ଜରି କରାଯାଇଛି । ତେବେ ଗତିବିଧି ଓ ରୂପରେ ସାମାନ୍ୟ ପାର୍ଥକ୍ୟ ସେମାନଙ୍କୁ ଅଲଗା କରିଥାଏ ବୋଲି ସମର୍ଥକମାନେ ଦାବି କରିଛନ୍ତି । ଏଭଳି ଏକ ପାର୍ଥକ୍ୟ ହେଉଛି ପୁଟିନଙ୍କ ଟ୍ରେଡମାର୍କ ଗନସ୍ପ୍ରିଙ୍ଗର ଗେଟ୍, ଯାହାର ନକଲ କରିବାରେ ବହୁରୂପୀ ବିଫଳ ହୋଇଥାଏ । ପୁଟିନଙ୍କ ଗନସ୍ମିଙ୍ଗର ଗେଟ୍ ହେଉଛି ଚାଲିବାର ଏକ ଭଙ୍ଗୀ ଯେଉଁଥିରେ ଗୋଟିଏ ହାତ (ସାଧାରଣତଃ ଡାହାଣ) ଅସ୍ବାଭାବିକ ଭାବରେ ତାଙ୍କ ପାର୍ଶ୍ଵରେ ରହିଥାଏ ଓ ଅନ୍ୟ ହାତ (ବାମ) ସ୍ବାଭାବିକ ଭାବରେ ଝୁଲୁଥାଏ ।
ନ୍ୟୁରୋଲୋଜିଷ୍ଟମାନେ କହନ୍ତି ଯେ ଏହା କୌଣସି ଡାକ୍ତରୀ ସମସ୍ୟା କାରଣରୁ ନୁହେଁ, ବରଂ ସମ୍ଭବତଃ ତାଙ୍କ କେଜିବି ପ୍ରଶିକ୍ଷଣରୁ ଆସିଛି । ସୋଭିଏତ୍ ସୁରକ୍ଷା ସେବାରେ, ଏଜେଣ୍ଟମାନଙ୍କୁ ଚାଲିବା ସମୟରେ ସେମାନଙ୍କର ଅସ୍ତ୍ରଶସ୍ତ୍ର ଧରିବା ହାତ (ଡାହାଣ ହାତ) ଛାତି ନିକଟରେ କିମ୍ବା ବନ୍ଧକୁ ରଖାଯାଉଥିବା ବେଲ୍ଟ ନିକଟରେ ରଖିବାକୁ ଶିଖାଯାଉଥିଲା, ଯାହାଦ୍ବାରା ସେମାନେ ଆବଶ୍ୟକ ସ୍ଥଳେ ଶୀଘ୍ର ବନ୍ଧୁକ କାଢ଼ି ପାରିବେ ।
Follow Us