କନକ ବ୍ୟୁରୋ : ପୁଟିନଙ୍କ ବଡ ପଦକ୍ଷେପ । ୟୁକ୍ରେନ୍ ବିରୋଧ ଲଢେଇରେ ଓହ୍ଲାଇ ଥିବା ସୈନିକଙ୍କୁ ଋଣ ଛାଡ଼ ପାଇଁ ଘୋଷଣା କରିଛନ୍ତି ରୁଷିଆ ରାଷ୍ଟ୍ରପତି । ଏଥିପାଇଁ ଏକ ନୂଆ ଆଇନ୍ ଆଣିଛନ୍ତି ପୁଟିନ୍ । ସାମିରକ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ଏକ ପଦକ୍ଷେପ ନିଆଯାଇଛି । ଏନେଇ ସରକାରୀ ୱେବସାଇଟ୍ରେ ତଥ୍ୟ ପ୍ରଦାନ କରାଯାଇଛି ।
ଏହି ନୂଆ ଆଇନ୍ ଅନୁସାରେ ସାମରିକ ନିଯୁକ୍ତି ପାଇଥିବା ବ୍ୟକ୍ତି ଓ ତାଙ୍କ ଜୀବନସାଥୀଙ୍କୁ ୧୦ ନିୟୁତ ରୁବେଲ ବା ୯୬ ହଜାର ଡଲାର ପର୍ଯ୍ୟନ୍ତ ଋଣ ଛାଡ଼ କରିବାକୁ ନିଷ୍ପତ୍ତି ହୋଇଛି । ୨୦୨୪ ଡିସେମ୍ବର ୧ ପୂର୍ବରୁ ନିଆଯାଇଥିବା ଋଣ ଉପରେ ଏହି ଆଇନ୍ ଲାଗୁ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2024/11/25/rflAyXqzPqEeS29l42eJ.jpg)