Pulwama Connection Photograph: (Kanak News)
କନକ ବ୍ୟୁରୋ : ଦିଲ୍ଲୀ ବିସ୍ଫୋରଣ ପଛରେ ରହିଛି ପୁଲୱାମା ଲିଙ୍କ୍ । ଆଜି ସଂଧ୍ୟାରେ ଦିଲ୍ଲୀର ଚର୍ଚ୍ଚିତ ସ୍ଥାନ ଲାଲକିଲ୍ଲା ବାହାରେ ହୋଇଥିଲା ବଡ଼ ବିସ୍ଫୋରଣ । ଏକ i 20 କାର୍ରେ ହୋଇଥିଲା ବିସ୍ଫୋରଣ । ବର୍ତ୍ତମାନ ବିସ୍ଫୋରଣ ହୋଇଥିବା କାର୍ ମାଲିକକୁ ଧରିଛି ପୁଲିସ । କାର୍ ମାଲିକ ମହମ୍ମଦ ସଲମାନଙ୍କୁ ପୁଲିସ ଅଟକ ରଖିଛି । କାର୍ଟି ବିକ୍ରି କରିଦେଇଥିବା ନେଇ ସଂପୃକ୍ତ ବ୍ୟକ୍ତି ପୁଲିସ ଆଗରେ କହିଛି ।
ତେବେ ବିସ୍ଫୋରଣ ହୋଇଥିବା କାର୍ର ନଂ ହେଉଛି HR26CE7674 । କାର୍ଟି ୨୦୧୪ରେ ହୋଇଥିଲା ରେଜିଷ୍ଟ୍ରେସନ୍ । ତେବେ ଗୋଟେ ବଡ଼ କଥା ସାମ୍ନାକୁ ଆସିଛି । ଦିଲ୍ଲୀ ବିସ୍ଫୋରଣରେ ରହିଛି ପୁଲୱାମା ଲିଙ୍କ୍ । ପୁଲୱାମା ବିସ୍ଫୋରଣ ଦିନ ବିକ୍ରି ହୋଇଥିଲା ଏହି i 20 କାର୍ । ଅନେକଥର କିଣାବିକା ହୋଇଛି ଦିଲ୍ଲୀରେ ବିସ୍ଫୋରଣ ହୋଇଥିବା କାର୍ । କାର୍ର ପ୍ରକୃତ ମାଲିକ କିଏ, ଏଯାଏ ଜଣାନାହିଁ ।
ଅଧିକ ପଢ଼ନ୍ତୁ : ପ୍ରତ୍ୟକ୍ଷଦର୍ଶୀଙ୍କ ପ୍ରତିକ୍ରିୟା : କହିଲେ,ଲାଗିଲା ପୃଥିବୀ ଫାଟିଯିବ …
ସେପଟେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିଲ୍ଲୀ ବିସ୍ଫୋରଣକୁ ନେଇ ଦୁଃଖପ୍ରକାଶ କରିଛନ୍ତି ମୋଦୀ । ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ସ୍ଥିତି ଉପରେ ନଜର ରଖାଯାଇଥିବା ମୋଦୀ ଦେଶବାସୀଙ୍କୁ ଜଣାଇଛନ୍ତି ।
ରାଜଧାନୀ ଦିଲ୍ଲୀରେ ବଡ଼ ବିସ୍ଫୋରଣ । ଲାଲ୍କିଲ୍ଲା ନିକଟ ଏକ କାର୍ରେ ବିସ୍ଫୋରଣ । ବିସ୍ଫୋରଣ ପରେ ହୁତୁହୁତୁ ହୋଇ ଜଳିଲା କାର୍ । ଆଉ ୩ଟି ଗାଡ଼ି ମଧ୍ୟ ବିସ୍ଫୋରଣରେ ଜଳିଗଲା । ଘଟଣାସ୍ଥଳରେ ପୋଲିସ ଟିମ୍ ଛାନଭିନ୍ ଆରମ୍ଭ କରିଛି । ପ୍ରାରମ୍ଭିକ ତଦନ୍ତରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ବର୍ତ୍ତମାନ ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି । ଅନେକ ଆହତ ଏବେ ଚିକିତ୍ସିତ ହେଉଛନ୍ତି । ଏହି ଅଘଟଣ ପରେ ଦିଲ୍ଲୀ ସମେତ ମୁମ୍ୱାଇରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି । ତା ସହ ଦେଶର ପ୍ରମୁଖ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଶ୍ରୀକ୍ଷେତ୍ର ପୁରୀକୁ ମଧ୍ୟ ହାଇଆଲର୍ଟ କରାଯାଇଛି ।
Follow Us