କନକ ବ୍ୟୁରୋ : ସାନ୍ ଫ୍ରାନସିସକୋ, ଟେକ୍ସାସ, ଅଷ୍ଟିନ, ଲସ ଏଞ୍ଜେଲେସ, ନ୍ୟୁୟର୍କ । ବିରୋଧ ପ୍ରଦର୍ଶନରେ ଜଳୁଛି ସହର । ଇଏ କେବଳ ଆମେରିକାର କିଛି ପ୍ରମୁଖ ସହରର ବର୍ତ୍ତମାନର ସ୍ଥିତି । ୧୨ରାଜ୍ୟର ୨୫ ସହରରେ ସମାନ ସ୍ଥିତି ଜାରି ରହିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରବାସୀ ନୀତିକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ସଂଖ୍ୟକ ପ୍ରଦର୍ଶନକାରୀ । ୪ହଜାର ନ୍ୟାଶନାଲ ଗାର୍ଡ ଓ ୭ଶହ ମରିନ କମାଣ୍ଡରଙ୍କୁ ମୁତୟନ କରିବା ପରେ ଅଧିକ ଉଗ୍ର ହେଉଛି ପ୍ରତିବାଦ । ୩ଦିନରେ ୧୧ଶହରୁ ଅଧିକ ଉପଦ୍ରବାକାରୀଙ୍କୁ ଗିରଫ କରାଯାଇଛି ।

Advertisment

ପ୍ରବାସୀ ନୀତିକୁ ପ୍ରବଳ ବିରୋଧ
-ବିରୋଧ ପ୍ରଦର୍ଶନର ମୁଖ୍ୟ କାରଣ ଟ୍ରମ୍ପଙ୍କ ପ୍ରବାସୀ ନୀତି
-ବେଆଇନ ରହୁଥିବା ପ୍ରବାସୀଙ୍କୁ ଆମେରିକାରୁ ବିଦା କରାଯାଉଛି
-ଆମେରିକା ଇମିଗ୍ରେସନ ଆଣ୍ଡ କଷ୍ଟମ୍ସ ଏନଫୋର୍ସମେଣ୍ଟ ପ୍ରବାସୀଙ୍କୁ ଚିହ୍ନଟ କରୁଛି
-ପ୍ରତ୍ୟେକ ଦିନ ୩ ହଜାର ପ୍ରବାସୀଙ୍କୁ ଚିହ୍ନଟ କରି ନିଜନିଜ ଦେଶ ପଠାଇବାକୁ ଲକ୍ଷ୍ୟ
-ଲସ ଏଞ୍ଜେଲେସରେ ସବୁଠୁ ଅଧିକ ପ୍ରବାସୀ ରହୁଛନ୍ତି
-ବେଆଇନ ଭାବେ ମେକ୍ସିକୋବାସୀ ପ୍ରବାସୀଭାବେ ରହୁଛନ୍ତି 
- ରାଷ୍ଟ୍ରପତି ହେବା ପରେ ବେଆଇନ ରହୁଥିବା ପ୍ରବାସୀଙ୍କୁ ବିତାଡ଼ିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଟ୍ରମ୍ପ

ଆମେରିକାରେ ଗୃହଯୁଦ୍ଧ ସ୍ଥିତି
ଲସ ଆଞ୍ଜଲସ ହିଂସା କେବଳ ସେଠାକାର  ଆଇନ ଶୃଙ୍ଖଳା ସ୍ଥିତିକୁ ବିଗାଡିନି ବଂର ଅଧିକାରକୁ ନେଇ ନୂଆ ଲଢ଼େଇ ଆରମ୍ଭ ହୋଇଛି ।  ଟ୍ରମ୍ପ ନୀତିକୁ ବିରୋଧ କରି କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି କାଲିଫଣ୍ଣିଆ ଗଭର୍ଣ୍ଣର ଗ୍ୟାବିନ ନ୍ୟୁଜମ୍ । ସେପଟେ କାଲିଫର୍ଣ୍ଣିଆ ଗଭର୍ଣ୍ଣର ଓ ମେୟରଙ୍କୁ ଗିରଫ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ଏପ୍ରିଲ ମାସରେ ମଧ୍ୟ ପ୍ରବାସୀ ନୀତି ବିରୋଧରେ ବିକ୍ଷୋଭ ଦେଖିବାକୁ ମିଳିଥିଲା ସେନାର ତାକତ ଦେଖାଇ ଏହାକୁ ଉଗ୍ର ହେବା ପୂର୍ବରୁ ବନ୍ଦ କରିଦେଇଥିଲେ ଟ୍ରମ୍ପ । କିନ୍ତୁ ବର୍ତ୍ତମାନ କାଲିଫଣ୍ଣିଆର ବିଭିନ୍ନ ସହରରେ ତେଜିଥିବା ବିରୋଧ ପ୍ରଦର୍ଶନ ଦିନକୁ ଦିନ ଉଗ୍ର ହେଉଛି । ସେପଟେ ରିପବ୍ଲିକାନ ପାର୍ଟି ବଡ ଅଭିଯୋଗ କରୁଛି  ଲସ ଆଞ୍ଜଲସର ଉତ୍ତେଜନା  ପଛରେ ଡେମୋକ୍ରାଟ ଓ ଚୀନର ହାତ ରହିଛି ।

କେମିତି ତେଜିଥିଲା ହିଂସା?
-ଜୁନ ୭ରେ ୟୁନାଇଟେଡ ଷ୍ଟେଟ ଇମିଗ୍ରେସନ ଆଣ୍ଡ କଷ୍ଟମ୍ସ ଏନଫୋର୍ସମେଣ୍ଟ ଚଢ଼ାଉରୁ ହିଂସା
-ଶତାଧିକ ବେଆଇନ ପ୍ରବାସୀଙ୍କୁ ଗିରଫ କରାଯାଇଥିଲା
-ଏହାକୁ ବିରୋଧ କରି ହିଂସା ତେଜିଥିଲା
-ପ୍ରଦର୍ଶନକାରୀଙ୍କୁ ରୋକିବାକୁ ଟ୍ରମ୍ପ ନ୍ୟାସନାଲ ଫୋର୍ସକୁ ମୁତୟନ କରିଥିଲେ
-ଏହା ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ପ୍ରଦର୍ଶନକାରୀ 

 ଦ୍ବିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ଟ୍ରମ୍ପ ଦେଶରେ ବେଆଇନ ଭାବେ ରହୁଥିବା ପ୍ରବାସୀଙ୍କୁ ବିତାଡିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।