କନକ ବ୍ୟୁରୋ: ରାଷ୍ଟ୍ରପତିଙ୍କୁ ଆନ୍ଦୋଳନରତ ଡାକ୍ତରଙ୍କ ଚିଠି,  ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ । ଆରଜି କର ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଉଠୁଛି ପଡୁଛି ସାରା ଦେଶ । ଏହା ଭିତରେ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ ସହ ଡାକ୍ତରଙ୍କ ଆଲୋଚନା ସମ୍ଭବ ହେଉନି ଓ ଅନ୍ୟପଟେ ନିଜ ଦାବିରେ ସେମାନେ ଅଟଳ ରହିଛନ୍ତି । ସ୍ଥିତି ଏଭଳି ହେଲାଣି କି ମମତା ଇସ୍ତଫା ଦେବାକୁ ରାଜିଥିବା ଗତକାଲି କହିଥିଲେ । ତେବେ ରାଜ୍ୟ ସରକାରଙ୍କଠୁ କୌଣସି ସମାଧାନ ନମିଳିବାରୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଜୁନିଅର ଡାକ୍ତର । ସୂଚନା ଅନୁସାରେ ୪ ପୃଷ୍ଠାର ଚିଠିକୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଓ ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ମଧ୍ୟ ପଠାଇଛନ୍ତି ଡାକ୍ତର ।