କନକ ବ୍ୟୁରୋ : ମସଜିଦକୁ ନେଇ ସିମଲାରେ ବିକ୍ଷୋଭ । ବେଆଇନ ମସଜିଦ ନିର୍ମାଣକୁ ବିରୋଧ କରି ହିମାଚଳ ପ୍ରଦେଶରେ ଜୋରଦାର ପ୍ରତିବାଦ କରାଯାଇଛି । ହିନ୍ଦୁ ଗ୍ରୁପ ଆଜି ବନ୍ଦ ଡାକରା ଦେବା ସହ ବିଧାନସଭା ଘେରାଉ କରିଛନ୍ତି । ବିକ୍ଷୋଭ ବେଳେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।
ଗଣ୍ଡଗୋଳ ଆଶଙ୍କାରେ ସିମଲାରେ ଭାରତୀୟ ନ୍ୟାୟ ସଂହିତାର ସେକ୍ସନ ୧୬୩ ଲାଗୁ କରାଯାଇଛି । ବିନା ଅନୁମତିରେ ଏକା ସାଙ୍ଗରେ ୫ରୁ ଅଧିକ ବ୍ୟକ୍ତି ଏକାଠି ହୋଇପାରିବେ ନାହିଁ ବୋଲି କୁହାଯାଇଛି । କୌଣସି ବ୍ୟକ୍ତି ବାଡ଼ି, ଲାଠି, ଛୁରୀ ଅବା ଅନ୍ୟାନ୍ୟ ମରଣାନ୍ତକ ଜିନିଷ ସାଙ୍ଗରେ ନେଇପାରିବେ ନାହିଁ ।
ସିମଲାର ଜନଗହଳି ପୂର୍ଣ୍ଣ ସଞ୍ଜୁଲିରେ ୫ ମହଲା ବିଶିଷ୍ଟ ବେଆଇନ ମସଜିଦ ନିର୍ମାଣ ହୋଇଥିବା ହିନ୍ଦୁ ଗ୍ରୁପ ଦାବି କରି ବନ୍ଦ ଡାକରା ଦେଇଛନ୍ତି । ହଜାର ହଜାର ସଂଖ୍ୟାରେ ବିକ୍ଷୋଭକାରୀ ସାମିଲ ହେବା ପରେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି । ବିକ୍ଷୋଭକାରୀଙ୍କୁ ଘଉଡ଼ାଇବାକୁ ପୁଲିସ ଲାଠି ମାଡ଼ କରିବା ସହିତ ପାଣି ମାଡ଼ ମଧ୍ୟ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/VSqLZWX4Ddqn5T5Yxsh8.jpg)