କନକ ବ୍ୟୁରୋ : ସମ୍ପତ୍ତି ବିବାଦକୁ ନେଇ ପୁଣି ତାମିଲନାଡୁ ରାଜନୀତିର ବଡ଼ ପରିବାର ମାରନ ପରିବାର ଚର୍ଚ୍ଚାକୁ ଆସିଛି । ବିବାଦ ୨୫ହଜାର କୋଟିର । ସତମିଛ କଥା କହି ବଡ଼ ଭାଇ କଳାନିଧି ମାରନ ମୋଟା ଅଙ୍କର ଅର୍ଥର ହଡ଼ପ କରିଥିବା ଅଭିଯୋଗ ଆଣି ସାନଭାଇ ଦୟାନିଧି ମାରନ ଏବେ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଅଭିଯୋଗ ଏୟାକି...
ଭାଇଙ୍କ ମଧ୍ୟରେ ସମ୍ପତ୍ତି ବିବାଦ
-ମାରନ ପରିବାରରେ ସମ୍ପତ୍ତି ବିବାଦ
-କଳାନିଧି ମାରନଙ୍କ ନାଁରେ ସମ୍ପତ୍ତି ହଡ଼ପ ଅଭିଯୋଗ
-ସମ୍ପତ୍ତି ହଡ଼ପ କରିବାରେ କଳାନିଧିଙ୍କ ପତ୍ନୀ କାବେରୀଙ୍କ ହାତ ରହିଛି
-କମ୍ପାନିକୁ ନିୟନ୍ତ୍ରଣ ପାଇଁ ଜାଲ୍ କାଗଜପତ୍ର ବ୍ୟବହାର ଅଭିଯୋଗ
-୨୦୦୩ରେ ବାପା ମୁରାସୋଲି ମାରନ ଅସୁସ୍ଥ ଥିବା ସମୟରେ ଫାଇଦା ଉଠାଇଥିଲେ କଳାନିଧି
-ପରିବାର ସଙ୍କଟରେ ଥିବା ସମୟରେ ଷଡ୍ଯନ୍ତ୍ର ରଚିଥିଲେ
-ଜାଲ କାଗଜପତ୍ରରେ ପରିବାରର ସମ୍ପତ୍ତିରେ ମାଲିକାନା ସାବ୍ୟସ୍ତ କରିଥିଲେ
-ସନ୍ ଟିଭିର ୭୫% ଅଂଶୀଦାର କଳାନିଧିଙ୍କ ନାଁରେ ରହିଛି
-ମୋଟ ୨୫ହଜାର କୋଟି ସମ୍ପତ୍ତିକୁ ନେଇ ମାରନ ପରିବାରରେ ବିବାଦ
କେବଳ ସେତିକି ନୁହେଁ କଳାନିଧିଙ୍କ ନାଁରେ ମନି ଲଡ୍ରିଂର ଅଭିଯୋଗ ଆଣି ଏସଏଫଆଇଓ ତଦନ୍ତ ଦାବି କରିଛନ୍ତି । ଏଥିସହ ନିଜ ଭାଗର ସମ୍ପତ୍ତି ଫେରାଇବାକୁ କୋର୍ଟଙ୍କ ନିକଟରେ ଦାବି କରିଛନ୍ତି ଦୟାନିଧି । ମୁରାସୋଲି ମାରନ ହେଉଛନ୍ତି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦିବଙ୍ଗତ ଡିଏମକେ ମୁଖ୍ୟ କରୁଣାନିଧିଙ୍କ ଭଉଜା । ଦୟାନିଧି ଡିଏମକେ ସାଂସଦ ଓ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ତାମିଲନାଡୁ ରାଜନୀତରେ ଅନ୍ୟତମ ତୁଙ୍ଗ ନେତା । ସେପଟେ ବଡ଼ ଭାଇ କଳାନିଧି ଜଣେ ବଡ ବ୍ୟବସାୟୀ । ତେବେ ତାଙ୍କ ଝିଅ କାବ୍ୟା ମାରନ ଆଇପିଏଲ ଟିମ ସନରାଇଜ ହାଇଦ୍ରାବାଦର ସିଇଓ । ତେବେ ତାମିଲନାଡୁରେ ପ୍ରତିଷ୍ଠିତ ରାଜନୀତି ତଥା ବ୍ୟବସାୟ ପରିବାର ମଧ୍ୟରେ ଆରମ୍ଭ ହୋଇଥିବା ସମ୍ପତ୍ତି ବିବାଦକୁ ନେଇ ଏବେ ସବୁଠି ଚର୍ଚ୍ଚା ।