ଜମ୍ମୁକାଶ୍ମୀରରୁ ହଟିଲା ରାଷ୍ଟ୍ରପତି ଶାସନ; ସରକାର ଗଠନ ନେଇ ସଫା ହେଲା ବାଟ

Advertisment

୬ ବର୍ଷ ପରେ ଜମ୍ମୁକାଶ୍ମୀରରୁ ରାଷ୍ଟ୍ରପତି ଶାସନ ହଟିବାକୁ ଯାଉଛି । ୨୦୧୮ ଜୁନ୍ ୧୯ରେ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା ।

୬ ବର୍ଷ ପରେ ଜମ୍ମୁକାଶ୍ମୀରରୁ ରାଷ୍ଟ୍ରପତି ଶାସନ ହଟିବାକୁ ଯାଉଛି । ୨୦୧୮ ଜୁନ୍ ୧୯ରେ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା ।

President's rule revoked in Jammu and Kashmir

କନକ ବ୍ୟୁରୋ : ଜମ୍ମୁକାଶ୍ମୀରରୁ ହଟିଲା ରାଷ୍ଟ୍ରପତି ଶାସନ । ଫଳରେ ସେଠାରେ ସରକାର ଗଠନ ହେବା ପାଇଁ ବାଟ ଫିଟିଛି । ଶୁକ୍ରବାର ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରିଥିଲେ । ୬ ବର୍ଷ ପରେ ଜମ୍ମୁକାଶ୍ମୀରରୁ ରାଷ୍ଟ୍ରପତି ଶାସନ ହଟିବାକୁ ଯାଉଛି । ୨୦୧୮ ଜୁନ୍ ୧୯ରେ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । ୧୦ ବର୍ଷ ପରେ ଏଥର ଜମ୍ମୁକାଶ୍ମୀରରେ ବିଧାନସଭା ନିର୍ବାଚନ ହୋଇଥିଲା । ୩୭୦ ଧାରା ହଟିବା ପରେ ଏହା ପ୍ରଥମ ନିର୍ବାଚନ ଥିଲା ।

୩ଟି ପର୍ଯ୍ୟାୟରେ ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଓ ଅକ୍ଟୋବର ୧ରେ ମତଦାନ ହୋଇଥିଲା । ନ୍ୟାସନାଲ କନଫରେନ୍ସ ୪୨ଟି ଆସନ ଜିତି ସବୁଠୁ ବଡ଼ ଦଳ ପାଲଟିଛି । ଏହାସହ କଂଗ୍ରେସ ସହ ମିଶି ସରକାର ଗଠନ କରିବାକୁ ଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe