କନକ ବ୍ୟୁରୋ : ଜମ୍ମୁକାଶ୍ମୀରରୁ ହଟିଲା ରାଷ୍ଟ୍ରପତି ଶାସନ । ଫଳରେ ସେଠାରେ ସରକାର ଗଠନ ହେବା ପାଇଁ ବାଟ ଫିଟିଛି । ଶୁକ୍ରବାର ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରିଥିଲେ । ୬ ବର୍ଷ ପରେ ଜମ୍ମୁକାଶ୍ମୀରରୁ ରାଷ୍ଟ୍ରପତି ଶାସନ ହଟିବାକୁ ଯାଉଛି । ୨୦୧୮ ଜୁନ୍ ୧୯ରେ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । ୧୦ ବର୍ଷ ପରେ ଏଥର ଜମ୍ମୁକାଶ୍ମୀରରେ ବିଧାନସଭା ନିର୍ବାଚନ ହୋଇଥିଲା । ୩୭୦ ଧାରା ହଟିବା ପରେ ଏହା ପ୍ରଥମ ନିର୍ବାଚନ ଥିଲା ।
୩ଟି ପର୍ଯ୍ୟାୟରେ ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଓ ଅକ୍ଟୋବର ୧ରେ ମତଦାନ ହୋଇଥିଲା । ନ୍ୟାସନାଲ କନଫରେନ୍ସ ୪୨ଟି ଆସନ ଜିତି ସବୁଠୁ ବଡ଼ ଦଳ ପାଲଟିଛି । ଏହାସହ କଂଗ୍ରେସ ସହ ମିଶି ସରକାର ଗଠନ କରିବାକୁ ଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/r4fFL5FEE5mmKTzsdW4j.jpg)