କନକ ବ୍ୟୁରୋ : ଆଜି ରାଫେଲ ଯୁଦ୍ଧବିମାନରେ ଉଡ଼ାଣ ଭରିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅମ୍ବାଲା ବାୟୁସେନା ଷ୍ଟେସନରୁ ରାଫେଲ ଯୁଦ୍ଧ ବିମାନ ଉଡ଼ାଣ ଭରିଥିଲେ । ସେ ବାୟୁସେନା ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ରାଷ୍ଟ୍ରପତିଙ୍କ ସହସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବାୟୁସେନାର ଏକ ଯୁଦ୍ଧବିମାନରେ ଉଡାଣ ଭରିଛନ୍ତି ।
ଏହା ପୂର୍ବରୁ ଏପ୍ରିଲ୍ ୮, ୨୦୨୩ରେ ରାଷ୍ଟ୍ରପତି ଆସାମର ତେଜପୁର ଆଇଏଏଫ୍ ଷ୍ଟେସନରେ ଏକ ସୁଖୋଇ ୩୦ ଏମକେଆଇ ଯୁଦ୍ଧବିମାନରେ ଉଡିଥିଲେ । ତେବେ ଦ୍ରୌପଦୀ ମୁର୍ମୁ ଆଇଏଏଫ ସବୁଠାରୁ ଆଧୁନିକ ରାଫେଲ ଯୁଦ୍ଧବିମାନରେ ଉଡାଣ ଭରିବା ପ୍ରଥମ ରାଷ୍ଟ୍ରପତି ହୋଇଛନ୍ତି । ଭାରତ ଅପରେସନ ସିନ୍ଦୂର ସମୟରେ ରାଫେଲ ଲଢ଼ୁଆ ବିମାନ ବ୍ୟବହାର କରିଥିଲା ।
ରାଫେଲ ଜେଟକୁ ୪.୫ ଜେନେରେସନ୍ ଯୁଦ୍ଧବିମାନ ଭାବେ ବିବେଚନା କରାଯାଏ । ଫ୍ରାନ୍ସରେ ନିର୍ମାଣ କରାଯାଇଛି ରାଫେଲ ବିମାନ । ୨୦୨୦ରେ ଔପଚାରିକ ଭାବେ ବାୟୁସେନାରେ ସାମିଲ ହୋଇଥିଲା । ୨୦୨୦ ୨୭ ଜୁଲାଇରେ ଫ୍ରାନ୍ସରୁ ଆସିଥିଲା ପ୍ରଥମ ରାଫେଲ ବିମାନ । ଅତୁଳନୀୟ ଅସ୍ତ୍ରଶସ୍ତ୍ର ଏବଂ ସେନ୍ସର ସହିତ ବହୁମୁଖୀ କ୍ଷମତା ରହିଛି । ଶତ୍ରୁ ରାଡାରକୁ ଜାମ୍ କରିପାରିବ ରାଫେଲ । ରାଫେଲରେ ୩୦୦ କିଲୋମିଟରରୁ ଦୂର ରେଞ୍ଜରୁ ଶତ୍ରୁକୁ ଟାର୍ଗେଟ କରିବା କ୍ଷମତା । ଭାରତ ଅପରେସନ ସିନ୍ଦୂର ସମୟରେ ରାଫେଲ ଲଢ଼ୁଆ ବିମାନ ବ୍ୟବହାର କରିଥିଲା । ପାକ୍ ଅଧିକୃତ କାଶ୍ମୀରରେ ନଅଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/29/president-murmu-flies-rafale-fighter-jet-2025-10-29-22-54-37.jpg)