ପିଏମଓ ପରିସରର ନାଁ ବଦଳି ହେଲା ସେବାତୀର୍ଥ

ସେବାତୀର୍ଥର ନାଁରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନାମିତ କରାଯାଇଛି । କୁହାଯାଉଛି ନାମ ପରିବର୍ତ୍ତନ ସହ ବିଚାର ମଧ୍ୟ ପରିବର୍ତ୍ତନ ହୋଇଛି । ପରିବର୍ତ୍ତିତ ନାମରେ ରହିଛି ଜନକଲ୍ୟାଣ ବାର୍ତ୍ତା ।

PMO Premises

PMO Premises Photograph: (Kanak News)

କନକ ବ୍ୟୁରୋ : ପିଏମଓ ପରିସରର ନାଁ ବଦଳାଯାଇଛି, ନୂଆ ନାଁ ରଖାଯାଇଛି, ଯାହା ହେଉଛି ସେବା ତୀର୍ଥ । ସେବାତୀର୍ଥର ନାଁରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନାମିତ କରାଯାଇଛି । କୁହାଯାଉଛି ନାମ ପରିବର୍ତ୍ତନ ସହ ବିଚାର ମଧ୍ୟ ପରିବର୍ତ୍ତନ ହୋଇଛି । ପରିବର୍ତ୍ତିତ ନାମରେ ରହିଛି ଜନକଲ୍ୟାଣ ବାର୍ତ୍ତା । ଏହାସହ କେନ୍ଦ୍ର ସଚିବାଳୟ ନାମକୁ ପରିବର୍ତ୍ତନ କରାଯାଇ କର୍ତ୍ତବ୍ୟ ଭବନ କରାଯାଇଛି ।

ଅଧିକ ପଢ଼ନ୍ତୁ : ସଂସଦ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ; ଲୋକସଭା ଦିନକ ପାଇଁ ମୁଲତବୀ

ସେପଟେ ଓଡ଼ିଶାରେ ରାଜଭବନର ନାଁ ବଦଳିଛି । କେନ୍ଦ୍ର ସରକାର ଏହାର ନାଁ ବଦଳାଇ ଲୋକଭବନ କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ଆଧାରରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ବିଜ୍ଞପ୍ତି ଅନୁସାରେ ଭୁବନେଶ୍ଵର ଏବଂ ପୁରୀ ରାଜଭବନର ନାଁକୁ ପରିବର୍ତ୍ତନ କରାଯାଇ ଲୋକଭବନ କରାଯାଇଛି । ପୂର୍ବରୁ ସରକାର ରାଜ୍ୟ ସଚିବାଳୟ ନାଁ ବଦଳାଇ ଲୋକସେବା ଭବନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe