Narendra Modi : ବ୍ରିଟେନ୍‌ର ପିଏମ୍‌ଙ୍କ ଭାଷଣ ଅନୁବାଦ କରୁ କରୁ ରହିଗଲେ ଟ୍ରାନ୍ସଲେଟର : ମୋଦୀ କହିଲେ...

କାରଣ ଇଂରାଜି ଭାଷାର ଅନୁବାଦ କରୁଥିବା ବ୍ୟକ୍ତି ଜଣକ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ହିନ୍ଦୀରେ ଅନୁବାଦ କରୁଥିବା ବେଳେ ହଠାତ୍‌ ରହିଗଲେ । ଆଉ ସେଠାରେ ଉପସ୍ଥିତ ଥିବା ମୋଦୀ ଆଶ୍ୱାସନାଦେଇ କହିଲେ, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ

Modi In UK

Modi In UK Photograph: (Kanak News)

କନକ ବ୍ୟୁରୋ: ବ୍ରିଟେନ୍‌ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତ-ବ୍ରିଟେନ୍‌ ମଧ୍ୟରେ ଅନେକ ଦ୍ବିପାକ୍ଷିକ ଆଲୋଚନା ମଧ୍ୟ ହୋଇଛି । ମୋଦୀଙ୍କ ବିଦେଶ ଗସ୍ତ ସମୟରେ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ରଖୁଥିବା ସମୟରେ ସାମ୍ନାକୁ ଯେଉଁ ଚିତ୍ର ଆସିଛି ତାହାକୁ ନେଇ ବଡ଼ ଚର୍ଚ୍ଚା ହେଉଛି । କାରଣ ଇଂରାଜି ଭାଷାର ଅନୁବାଦ କରୁଥିବା ବ୍ୟକ୍ତି ଜଣକ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ହିନ୍ଦୀରେ ଅନୁବାଦ କରୁଥିବା ବେଳେ ହଠାତ୍‌ ରହିଗଲେ । ଆଉ ସେଠାରେ ଉପସ୍ଥିତ ଥିବା ମୋଦୀ ଆଶ୍ୱାସନା ଦେଇ କହିଲେ, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ମଝିରେ ମଝିରେ ଇଂରାଜି ଶବ୍ଦ ବ୍ୟବହାର କରିପାରିବେ । ବାସ୍‌…ମୋଦୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ଏହି ଘଟଣାଟି ଭାରତ ଓ ବ୍ରିଟେନ ମଧ୍ୟରେ ଏକ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ସ୍ୱାକ୍ଷରିତ ହେବା ପରେ ଆୟୋଜିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ଘଟିଥିଲା । ବ୍ରିଟିଶ ପ୍ରଧାନମନ୍ତ୍ରୀ ଷ୍ଟାରମର ଯେତେବେଳେ ନିଜର ଅଭିଭାଷଣ ରଖୁଥିଲେ, ସେହି ସମୟରେ ଜଣେ ମହିଳା ଅନୁବାଦକ ତାହାକୁ ଇଂରାଜିରୁ ହିନ୍ଦୀରେ ଅନୁବାଦ କରୁଥିଲେ । କିନ୍ତୁ କିଛି ସମୟ ପରେ ସେ ଅନୁବାଦ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ ସେ ଅଟକି ଯାଇଥିଲେ । ତେବେ ଏହି ସ୍ଥିତିକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ମୋଦୀ ତୁରନ୍ତ ହସ୍ତକ୍ଷେପ କରିଥିଲେ । ସେ ଅନୁବାଦକଙ୍କୁ କହିଥିଲେ, କୌଣସି ଅସୁବିଧା ନାହିଁ । ଆପଣ ମଝିରେ ଇଂରାଜି ଶବ୍ଦ ବ୍ୟବହାର କରିପାରିବେ । ଏଥିପାଇଁ ଚିନ୍ତା କରନ୍ତୁ ନାହିଁ । ପ୍ରଧାନମନ୍ତ୍ରୀଙ୍କ ଏହି ଆଶ୍ୱାସନା ପରେ ଅନୁବାଦକ ଜଣକ କ୍ଷମା ମାଗିଥିଲେ, କିନ୍ତୁ ମୋଦୀ ପୁଣି ଥରେ ତାଙ୍କୁ "କୌଣସି ସମସ୍ୟା ନାହିଁ" କହି ସାନ୍ତ୍ୱନା ଦେଇଥିଲେ ।

ତେବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହି କଥାକୁ ପ୍ରଶଂସା କରାଯାଉଛି । ଭାଷାଗତ ବାଧା ସତ୍ତ୍ୱେ ସେ କିପରି ଭାବରେ ପରିସ୍ଥିତିକୁ ସମ୍ଭାଳି ନେଲେ ଏବଂ ଅନୁବାଦକଙ୍କୁ ସମ୍ମାନର ସହିତ ଆଶ୍ୱସ୍ତ କଲେ, ତାହା ଅନେକଙ୍କ ପାଇଁ ଏକ ଉଦାହରଣ ପାଲଟିଛି । ଭାରତ ଏବଂ ବ୍ରିଟେନ୍‌ ମଧ୍ୟରେ ସ୍ୱାକ୍ଷରିତ ଏହି ମୁକ୍ତ ବାଣିଜ୍ୟ ଚୁକ୍ତି ଦ୍ୱିପାକ୍ଷିକ ସମ୍ପର୍କରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ଯାହା ଦ୍ୱାରା ବାର୍ଷିକ ବାଣିଜ୍ୟ ପ୍ରାୟ ୩୪ ବିଲିୟନ ଡଲାର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଦକ୍ଷେପ, କୂଟନୈତିକ ସମ୍ପର୍କରେ ମାନବିକତାର ମହତ୍ତ୍ୱକୁ ପୁଣି ଥରେ ପ୍ରମାଣିତ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe