Koraput coffee praise by PM Modi Photograph: (KANAK NEWS)
କନକ ବ୍ୟୁରୋ: ମନ୍ କି ବାତ୍ରେ କୋରାପୁଟ କଫିର ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। କହିଛନ୍ତି, କୋରାପୁଟରେ ଉତ୍ପାଦନ ହେଉଥିବା କଫିର ବିଦେଶରେ ଅଧିକ ଚାହିଦା ରହିଛି। ଏହାଦ୍ବାରା ଆତ୍ମନିର୍ଭରଶୀଳ ହେଉଛଛନ୍ତି ଚାଷୀ ।
ବିଦେଶରେ କୋରାପୁଟ କଫିର ଚାହିଦା
ମନ୍ କି ବାତ୍ରେ ପ୍ରଶଂସା କଲେ ମୋଦୀ
୧୨୭ତମ ମନ୍ କି ବାତ୍ ସଂସ୍କରଣରେ କୋରାପୁଟ କଫିର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କୋରାପୁଟରେ ଉତ୍ପାଦିତ କଫିର ଗୁଣବତ୍ତା ଉନ୍ନତ ମାନର ଏବଂ ଦେଶ ବିଦେଶରେ ଏହାର ଚାହିଦା ରହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । କଫି ଚାଷ କରି କୋରାପୁଟର ଶହ ଶହ ଚାଷୀ ଲାଭବାନ ହେଉଛନ୍ତି । ଯାହା ଯୁବପିଢିଙ୍କ ମଧ୍ୟରେ କଫି ଚାଷ ପ୍ରତି ଆଗ୍ରହ ବଢାଉଥିବା କହିଛନ୍ତି ମୋଦୀ ।
ଅଧିକ ପଢ଼ନ୍ତୁ--- ବହୁ ଚର୍ଚ୍ଚିତ ଓଟିଇଟି କେଳେଙ୍କାରୀରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ
କୋରାପୁଟ କଫିର ଯେଉଁ ଗୁଣବତ୍ତା ରହିଛି, ତାହା ଅନ୍ୟ କେଉଁ କଫିରେ ନଥାଏ ବୋଲି ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି ମୋଦୀ। ଏହି ଖବର ପରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜିଲ୍ଲାବାସୀ । ସେପଟେ ଜିଲ୍ଲାରେ ଅଧିକରୁ ଅଧିକ କଫି ଚାଷ କରାଯିବ, ତା ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି କୋରାପୁଟ କଫି ଉନ୍ନୟନ କର୍ତ୍ତୃପକ୍ଷ । କୋରାପୁଟ କଫିର ସ୍ବାଦ ନିଆରା, ବାସ୍ନା ବି ନିଆରା । ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ପରେ ରାଜ୍ୟ ବାହାରେ ବି ବଢ଼ିପାରେ ଏହାର ଆଦର ।
Follow Us