କନକ ବ୍ୟୁରୋ : ମଧ୍ୟପ୍ରଦେଶ ସଭା ମଞ୍ଚରୁ ପାକିସ୍ତାନ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦୀ । ଭାରତ ନିଜ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଓ କୌଣସି ଶତ୍ରୁ ଦେଶର ପରମାଣୁ ଧମକକୁ ଆଦୌ ଭୟ କରେନି ।
ନିଜ ଜନ୍ମଦିନରେ ପୁଣି ଥରେ ପାକିସ୍ତାନକୁ ରୋକଠୋକ ଶୁଣାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତକୁ ଆଡ଼ ଆଖିରେ ଚାହିଁଲେ ଅପରେସନ ସିନ୍ଦୂରଠୁ ବି ହେବ ଭୟଙ୍କର ପରିଣାମ । ଦେଶ ନିଜ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଓ ଆବଶ୍ୟକ ଅନୁସାରେ ପ୍ରତିଶୋଧ ମଧ୍ୟ ନିଏ । ପହଲଗାମ ଆତଙ୍କୀ ଘଟଣାକୁ ମନେ ପକାଇ ଶତ୍ରୁ ଦେଶକୁ ଚରମବାଣୀ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଭାରତ ଉପରେ ଆକ୍ରମଣ କରି କାନ୍ଦୁଛି ପାକିସ୍ତାନ । ଅପରେସନ ସିନ୍ଦୂରରେ ମାଟିରେ ମିଶିଛି ପାକିସ୍ତାନରେ ଲୁଚି ବସିଥିବା ଆତଙ୍କୀଙ୍କ ଗୁପ୍ତ ଆଡ୍ଡା । ମାସୁଦ ଅଜହରର ଘନିଷ୍ଠ ସହଯୋଗୀ ଇଲିଆସର ସ୍ୱୀକାର ଏହାର ଏକ ବଡ଼ ପ୍ରମାଣ ବୋଲି ମୋଦୀ କହିଛନ୍ତି ।
ଏଥିସହ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କୌଣସି ପ୍ରକାର ପରମାଣୁ ଧମକକୁ ଭାରତ ଡରେନି, ଦରକାର ପଡ଼ିଲେ ଶତ୍ରୁ ଦେଶର ଘର ଭିତରେ ପଶି ମାରେ । ନୂଆ ଭାରତର ସର୍ବୋଚ୍ଚ ପ୍ରାଥମିକତା ଦେଶର ସୁରକ୍ଷା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/09/17/pm-modi-bashes-pakistan-2025-09-17-21-08-41.jpg)