ଯୁବପିଢୀମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ: ଆରମ୍ଭ ହେଲା ପିଏମ ଇଣ୍ଟର୍ଣ୍ଣସିପ ଯୋଜନା

Advertisment

ବେକାରୀ ଯୁବପିଢ଼ି ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, କେନ୍ଦ୍ର ସରକାର ଆରମ୍ଭ କଲେ ପିଏମ ଇଣ୍ଟର୍ଣ୍ଣସିପ ଯୋଜନା । କଣ ଆପଣ ଦଶମ ପାସ୍ କରିଛନ୍ତି କି, ତେବେ ଆପଣଙ୍କୁ ମିଳିବ ଇଣ୍ଟର୍ଣ୍ଣସିପ କରିବାର ସୁଯୋଗ

ବେକାରୀ ଯୁବପିଢ଼ି ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, କେନ୍ଦ୍ର ସରକାର ଆରମ୍ଭ କଲେ ପିଏମ ଇଣ୍ଟର୍ଣ୍ଣସିପ ଯୋଜନା । କଣ ଆପଣ ଦଶମ ପାସ୍ କରିଛନ୍ତି କି, ତେବେ ଆପଣଙ୍କୁ ମିଳିବ ଇଣ୍ଟର୍ଣ୍ଣସିପ କରିବାର ସୁଯୋଗ

sdwd

କନକ ବ୍ୟୁରୋ: ବେକାରୀ ଯୁବପିଢ଼ି ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, କେନ୍ଦ୍ର ସରକାର ଆରମ୍ଭ କଲେ ପିଏମ ଇଣ୍ଟର୍ଣ୍ଣସିପ ଯୋଜନା । କଣ ଆପଣ ଦଶମ ପାସ୍ କରିଛନ୍ତି କି, ତେବେ ଆପଣଙ୍କୁ ମିଳିବ ଇଣ୍ଟର୍ଣ୍ଣସିପ କରିବାର ସୁଯୋଗ, ପିଏମ ଇଣ୍ଟର୍ଣ୍ଣସିପ ଯୋଜନାରେ ଆପଣ ପାଇପାରିବେ ଦେଶର ଶ୍ରେଷ୍ଠ ୫୦୦ କମ୍ପାନୀରେ ଗୋଟେ ବର୍ଷ ପାଇଁ ଇଣ୍ଟର୍ଣ୍ଣସିପ କରିବାର ସୁଯୋଗ ।

ଯୁବପିଢ଼ିଙ୍କୁ ନିଯୁକ୍ତି ଦେବା ପାଇଁ କେନ୍ଦ୍ର ସରକାର ପିଏମ ଇଣ୍ଟର୍ଣ୍ଣସିପ ସ୍କିମ ଆରମ୍ଭ କରିଛନ୍ତି। ଏଥିପାଇଁ ଆପଣ ଅକ୍ଟୋବର ୧୨ ତାରିଖରୁ  ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ।  www.pminternship.mca.gov.in  ପୋର୍ଟାଲରେ ୧୨ରୁ ୨୫ ଅକ୍ଟୋବର ଭିତରେ କରିପାରିବେ ଆବେଦନ । 

ଏହି ଯୋଜନାର ଲକ୍ଷ୍ୟ ହେଉଛି ଆସନ୍ତା ୫ ବର୍ଷରେ ଯୁବପିଢ଼ିଙ୍କ ଦକ୍ଷତା ବିକାଶ କରିବା। ଏହାସହ ଦେଶରୁ ବେକାରୀ ସମସ୍ୟା ଦୂର କରିବା, ଏହି ଇଣ୍ଟର୍ଣ୍ଣସିପରେ ୬ ହଜାର ଟଙ୍କା ସହ ଆର୍ଥିକ ସହାୟତା ୫ ହଜାର ଟଙ୍କା ଲେଖାଏଁ ଦିଆଯିବ ।  

ସରକାରୀ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ବଜେଟରେ ଯୁବପିଢ଼ି ମାନଙ୍କ ଇଣ୍ଟର୍ଣ୍ଣସିପ ସୁଯୋଗ ପ୍ରଦାନ କରାଯିବ ବୋଲି ଅର୍ଥ ମନ୍ତ୍ରୀ ଘୋଷଣା କରିଥିଲେ । ପିଏମ ଇଣ୍ଟର୍ଣ୍ଣସିପ୍ ଯୋଜନାରେ ବିସାଗକୁ ଟେକ୍ନୋଲୋଜି ପାର୍ଟନର କରାଯାଇଛି । ଏହି କମ୍ପାନୀ ୨୭ ଅକ୍ଟୋବରରୁ ୭ ନଭେମ୍ବର ୨୦୨୪ ମଧ୍ୟରେ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଚୟନ କରିବ । ଡିସେମ୍ବର ୨ରୁ ଆରମ୍ଭ ହେବ ଏହି ଇଣ୍ଟର୍ଣ୍ଣସିପ କାର୍ଯ୍ୟକ୍ରମ । ଏହାର ସମୟ ସୀମା ୧୨-୧୩ ମାସ ରହିବ। ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ପ୍ରାୟ ୧୦ କୋଟି ଯୁବକ ଯୁବତୀ ଏହାର ଫାଇଦା ଉଠାଇପାରିବେ।

ଆବେଦନ କରିବା ପାଇଁ ପୋର୍ଟାଲ ଅକ୍ଟୋବର ୧୨ରେ ଖୋଲିବ, ଆପଣ www.pminternship.mca.gov.in  ୱେବସାଇଟରେ ପଞ୍ଜୀକରଣ କରିପାରିବେ। ପ୍ରଥମ ପର୍ଯ୍ୟାୟରେ ଯେଉଁମାନେ ଆବେଦନ କରିଥିବେ ସେମାନଙ୍କ ତାଲିକା ଅକ୍ଟୋବର ୨୬ ରେ କମ୍ପାନୀକୁ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ୧୧୧ଟି କମ୍ପାନୀ ଯୋଗ ଦେବେ । ସରକାରଙ୍କଠାରୁ  ପ୍ରାର୍ଥୀଙ୍କ ତାଲିକା ପାଇବା ପରେ କମ୍ପାନୀଗୁଡିକ ଅକ୍ଟୋବର ୨୭ରେ ପ୍ରାର୍ଥୀ ଚୟନ କରିବେ ଓ ଡିସେମ୍ବର ୨ରୁ ଇଣ୍ଟର୍ଣ୍ଣସିପ ଆରମ୍ଭ ହେବ। 

ତେବେ ଆପଣଙ୍କୁ ପିଏମ ଇଣ୍ଟର୍ଣ୍ଣସିପ ସ୍କିମର ଲାଭ ପାଇବା ପାଇଁ ବୟସ ସୀମା ୨୧ରୁ ୨୪ବର୍ଷ ପର୍ଯ୍ୟନ୍ତ ହୋଇଥିବା ଦରକାର । ଯଦି ଆପଣଙ୍କ  ପରିବାରର ବାର୍ଷିକ ଆୟ ୮ ଲକ୍ଷରୁ ଅଧିକ ତେବେ  ଆବେଦନ ପାଇଁ ଆପଣ ଯୋଗ୍ୟ ବିବେଚିତ ହେବେ ନାହିଁ। ବର୍ତ୍ତମାନ ଡିଗ୍ରୀ ପାଠ୍ୟକ୍ରମ କିମ୍ବା ଚାକିରି କରୁଥିବା ଲୋକ ଏହି ଯୋଜନାର ସୁବିଧା ପାଇବାରୁ ବାଦ ପଡିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe