କନକ ବ୍ୟୁରୋ : ବାଂଲାଦେଶରେ ଥମୁନି ହିନ୍ଦୁଙ୍କ ଉପରେ ଅତ୍ୟାଚାର, ରଙ୍ଗପୁର ସହର ସ୍ଥିତ ବାଲାପାରା ଗାଁରୁ ୩୦ ହିନ୍ଦୁ ପରିବାର ଗାଁ ଛାଡିଛନ୍ତି, କାରଣ ହେଉଛି ଇସଲାମ ବିରୋଧରେ ଫେସବୁକରେ ପୋଷ୍ଟକୁ ନେଇ । ସୂଚନା ଅନୁସାରେ ଫେସବୁକରେ ଏକ ପୋଷ୍ଟ ଭାଇରାଲ ହୋଇଥିଲା, କଠୋରପନ୍ଥୀ ଗୋଷ୍ଠୀ ସଂଘବଦ୍ଦ ହୋଇ ଆସି ଅତର୍କିତ ଆକ୍ରମଣ କରିଥିଲେ, ଆକ୍ରମଣରେ ୧୪ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଯେଉଁ ପୋଷ୍ଟକୁ ଭାଇରାଲ କରାଯାଉଛି ।

Advertisment

ସେଥିରେ ସ୍ପଷ୍ଟ ଦେଖା ଦେଇଛି ହିନ୍ଦୁ ଯୁବକଙ୍କ ନାଁରେ ଫେକ୍ ଆକାଉଣ୍ଟ କରି ପୋଷ୍ଟକୁ ଭାଇରାଲ କରାଯାଇଛି ଏବଂ ଜିହାଦୀଙ୍କ ପ୍ଲାନ ଅନୁସାରେ ଧମକ ଚମକ ଦେଇ ହିନ୍ଦୁ ପରିବାର ମାନଙ୍କୁ ଘର ଛାଡିବାକୁ ବାଧ୍ୟ କରାଯାଉଛି । ଯାହା ଫଳରେ ଜିହାଦୀମାନେ ହିନ୍ଦୁ ମାନଙ୍କ ଘର ଓ ଜମିକୁ ଅକ୍ତିଆର କରିପାରିବେ, ବାଂଳାଦେଶରେ ଏ ଘଟଣା ନୂଆ ନୁହେଁ ସବୁଦିନେ ବିଭିନ୍ନ ଜାଗାରୁ ଏପରି ଚିତ୍ର ଆସୁଛି, କନକ ନ୍ୟୁଜ ଏ ଘଟଣାରେ ମହମ୍ମଦ ୟୁନୁସଙ୍କ ପ୍ରେସ ସେକ୍ରେଟାରୀଙ୍କୁ ରଙ୍ଗପୁର ଘଟଣାକୁ ନେଇ ପ୍ରଶ୍ନ କରିଥିଲା, ପ୍ରେସ ସେକ୍ରେଟାରୀ ଲିକ୍ଷିତ ଉତ୍ତରରେ କହିଛନ୍ତି, ୧୨ଟି ଘର ଭାଙ୍ଗିଛି, ପୋଷ୍ଟ କରିଥିବା ରଞ୍ଜନ ଓ ତାଙ୍କ ପରିବାର ଗାଁ ଛାଡିଛନ୍ତି, ସେନା ପୁଲିସ ଗାଁରେ ମୁତୟନ ଅଛନ୍ତି । କ୍ଷତିଗ୍ରସ୍ତ ଘରକୁ ମରାମିତ କରାଯିବା ପରେ ଘର ଛାଡିଥିବା ପରିବାର ଗାଁକୁ ଆସିବେ, ହେଲେ ଫେକ୍ ପୋଷ୍ଟର ତଦନ୍ତ ଉପରେ ମତ ରଖିଲେନି ପ୍ରେସ୍ ସେକ୍ରେଟାରୀ ।