କନକ ବ୍ୟୁରୋ : ଆଦାନୀ ପ୍ରସଙ୍ଗରେ ପାର୍ଲାମେଣ୍ଟରେ ହଟ୍ଟଗୋଳ । ଆଜି ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଏହି ପ୍ରସଙ୍ଗରେ ଚାଲିପାରିନାହିଁ ଲୋକସଭା ଓ ବିଧାନସଭା । ଲୋକସଭା ମାତ୍ର ଗୋଟିଏ ମିନିଟ ପାଇଁ ଚାଲିଥିବାବେଳେ ରାଜ୍ୟସଭାରେ ବିରୋଧୀ ଜୋରଦାର ହଙ୍ଗାମା କରିଛନ୍ତି ।
ପାର୍ଲାମେଣ୍ଟ ଅଧିବେଶନର ପ୍ରଥମ ଦିନରୁ ହିଁ ହଙ୍ଗାମା । ଆଦାନୀ ଓ ଅନ୍ୟ ପ୍ରସଙ୍ଗରେ ଚାଲିପାରିନାହିଁ ଲୋକସଭା ଓ ରାଜ୍ୟସଭାର ଗୃହକାର୍ଯ୍ୟ । ମାତ୍ର ଗୋଟିଏ ମିନିଟରେ ଲୋକସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଆଜି ଦିନ୧୧ଟାରେ ଲୋକସଭା ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ଶୋକପ୍ରସ୍ତାବ ଆଗତ କରିଥିଲେ ବାଚସ୍ପତି । ଏହାପରେ ଆଦାନୀ ପ୍ରସଙ୍ଗରେ ବିରୋଧୀ ହଙ୍ଗାମା କରିଥିଲେ । ବାଚସ୍ପତି ପ୍ରଥମେ ଗୃହକୁ ୧୧ଟା ୦୫ ଓ ପରେ ୧୨ ଯାଏଁ ମୁଲତବୀ ଘୋଷଣା କରିଥିଲେ । ବିରୋଧୀଙ୍କ ହଙ୍ଗାମାକୁ ଚେକ ଦେବାକୁ ବିଜେପି ସଦସ୍ୟ ମୋଦି-ମୋଦି ନାରା ଲଗାଇଥିଲେ । ୧୨ଟା ପରେ ହଙ୍ଗାମା ଜାରି ରହିବାରୁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।
ରାଜ୍ୟସଭାରେ ବି ଆଜି ଆଦାନୀ ପ୍ରସଙ୍ଗରେ ଜୋରଦାର ହଙ୍ଗାମା କରିଛି କଂଗ୍ରେସ ଓ ବିରୋଧୀ ସଦସ୍ୟ । ଆଦାନୀ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ୧୩ଟି ନୋଟିସ ଦେଇଥିଲେ । ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସବୁ ନୋଟିସରୁ ଅଗ୍ରାହ୍ୟ କରି କଂଗ୍ରେସ ସଦସ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ କହିବା ପାଇଁ ସୁଯୋଗ ଦେଇଥିଲେ । ଖଡଗେ କହିଥିଲେ, ଅଦାନୀ ଉପରେ ଆମେରିକା ଆଣିଥିବା ଅଭିଯୋଗ ଗମ୍ଭୀର । କିନ୍ତୁ ଅଧ୍ୟକ୍ଷ ଏସମ୍ପର୍କିତ ନୋଟିସ ଅଗ୍ରାହ୍ୟ ହୋଇଥିବାରୁ ପ୍ରସଙ୍ଗ ଉଠାଯାଇପାରିବ ନାହିଁ କହିଥିଲେ । ଏହାର ପ୍ରତିବାଦରେ ବିରୋଧୀ ତାତିଥିଲେ ଓ ଗୃହରେ ହଙ୍ଗାମା କରିଥିଲେ । ଫଳରେ ଗୃହକୁ ପ୍ରଥମ ୧୧.୪୫ ଓ ପରେ ମୁଲତବୀ ଘୋଷଣା କରାଯାଇଥିଲା ।
ଆଦାନୀ ପ୍ରସଙ୍ଗରେ ବିରୋଧୀ ଗୃହରେ ଆଲୋଚନା କରିବା ସହ ମିଳିତ ସଂସଦୀୟ କମିଟି ଗଠନ କରିବାକୁ ଦାବି କରୁଛନ୍ତି ।