ସଂସଦ ସୁରକ୍ଷାରେ ବଡ଼ ତ୍ରୁଟି; ଗରୁଡ଼ ଗେଟ୍ ନିକଟରେ ପାଚେରି ଡେଇଁ ପଶିବାକୁ ଦୁର୍ବୃତ୍ତଙ୍କ ଉଦ୍ୟମ

Advertisment

ଆଜି ସକାଳ ପ୍ରାୟ ସାଢେ ୬ଟା ବେଳେ ପ୍ରଥମେ ଗଛରେ ଚଢି ପାଚେରି ଉପରକୁ ଚଢିଯାଇଥିଲା, ତାପରେ ଭିତରକୁ ପଶି ଗରୁଡ଼ ଫାଟକ ପର୍ଯ୍ୟନ୍ତ ପଳାଇଥିଲା । ଏହି ସମୟରେ ସୁରକ୍ଷାକର୍ମୀ ଧରିପକାଇଥିଲେ ।

ଆଜି ସକାଳ ପ୍ରାୟ ସାଢେ ୬ଟା ବେଳେ ପ୍ରଥମେ ଗଛରେ ଚଢି ପାଚେରି ଉପରକୁ ଚଢିଯାଇଥିଲା, ତାପରେ ଭିତରକୁ ପଶି ଗରୁଡ଼ ଫାଟକ ପର୍ଯ୍ୟନ୍ତ ପଳାଇଥିଲା । ଏହି ସମୟରେ ସୁରକ୍ଷାକର୍ମୀ ଧରିପକାଇଥିଲେ ।

parliament-security-breach

Photograph: (Kanak News)

କନକ ବ୍ୟୁରୋ : ସଂସଦ ସୁରକ୍ଷାରେ ସାଂଘାତିକ ତ୍ରୁଟି । ନୂଆ ସଂସଦ ଭବନ ଭିତରକୁ ଜଣେ ଦୁର୍ବୃତ୍ତ ପଶିବାକୁ ଉଦ୍ୟମ କରିଛି । ପାଚେରି ଡେଇଁ ସଂସଦ ଭିତରକୁ ପଶିଥିଲା ପାର୍ଲାମେଣ୍ଟ ବିଲଡିଂର ଗରୁଡ଼ ଗେଟ୍‌ ନିକଟରେ ପହଞ୍ଚିଯାଇଥିଲା ଅନୁପ୍ରବେଶକାରୀ । ସେହି ସମୟରେ ଅତି ଚତୁରତାର ସହିତ ସୁରକ୍ଷାକର୍ମୀ ମାଡ଼ି ବସିଥିଲେ ।

ଆଜି ସକାଳ ପ୍ରାୟ ସାଢେ ୬ଟା ବେଳେ ପ୍ରଥମେ ଗଛରେ ଚଢି ପାଚେରି ଉପରକୁ ଚଢିଯାଇଥିଲା, ତାପରେ ଭିତରକୁ ପଶି ଗରୁଡ଼ ଫାଟକ ପର୍ଯ୍ୟନ୍ତ ପଳାଇଥିଲା । ଏହି ସମୟରେ ସୁରକ୍ଷାକର୍ମୀ ଧରିପକାଇଥିଲେ । ତେବେ କେଉଁ ଉଦ୍ଦେଶ୍ୟରେ ଦୁର୍ବୃତ୍ତ ଜଣକ ସଂସଦ ଭିତରକୁ ପଶିଥିଲା, ତାର କାରଣ ଜଣାପଡିନାହିଁ । ମୌସୁମୀ ଅଧିବେଶନ ସରିବାର ଦିନକ ପରେ ଏହି ଘଟଣା ଘଟିଛି । ଗତବର୍ଷ ମଧ୍ୟ ସମାନ ଘଟଣା ଘଟିଥିଲା । ଜଣେ ଯୁବକ ପାଚେରି ଡେଇଁ ସଂସଦ ଭବନ ଭିତରକୁ ପ୍ରବେଶ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe