କନକ ବ୍ୟୁରୋ : ସଂସଦ ସୁରକ୍ଷାରେ ସାଂଘାତିକ ତ୍ରୁଟି । ନୂଆ ସଂସଦ ଭବନ ଭିତରକୁ ଜଣେ ଦୁର୍ବୃତ୍ତ ପଶିବାକୁ ଉଦ୍ୟମ କରିଛି । ପାଚେରି ଡେଇଁ ସଂସଦ ଭିତରକୁ ପଶିଥିଲା ପାର୍ଲାମେଣ୍ଟ ବିଲଡିଂର ଗରୁଡ଼ ଗେଟ୍ ନିକଟରେ ପହଞ୍ଚିଯାଇଥିଲା ଅନୁପ୍ରବେଶକାରୀ । ସେହି ସମୟରେ ଅତି ଚତୁରତାର ସହିତ ସୁରକ୍ଷାକର୍ମୀ ମାଡ଼ି ବସିଥିଲେ ।
ଆଜି ସକାଳ ପ୍ରାୟ ସାଢେ ୬ଟା ବେଳେ ପ୍ରଥମେ ଗଛରେ ଚଢି ପାଚେରି ଉପରକୁ ଚଢିଯାଇଥିଲା, ତାପରେ ଭିତରକୁ ପଶି ଗରୁଡ଼ ଫାଟକ ପର୍ଯ୍ୟନ୍ତ ପଳାଇଥିଲା । ଏହି ସମୟରେ ସୁରକ୍ଷାକର୍ମୀ ଧରିପକାଇଥିଲେ । ତେବେ କେଉଁ ଉଦ୍ଦେଶ୍ୟରେ ଦୁର୍ବୃତ୍ତ ଜଣକ ସଂସଦ ଭିତରକୁ ପଶିଥିଲା, ତାର କାରଣ ଜଣାପଡିନାହିଁ । ମୌସୁମୀ ଅଧିବେଶନ ସରିବାର ଦିନକ ପରେ ଏହି ଘଟଣା ଘଟିଛି । ଗତବର୍ଷ ମଧ୍ୟ ସମାନ ଘଟଣା ଘଟିଥିଲା । ଜଣେ ଯୁବକ ପାଚେରି ଡେଇଁ ସଂସଦ ଭବନ ଭିତରକୁ ପ୍ରବେଶ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/08/22/parliament-security-breach-2025-08-22-11-28-48.jpg)