କନକ ବ୍ୟୁରୋ : ପ୍ୟାରିସ୍ ପାରା ଅଲିମ୍ପିକ୍ସ ୨୦୨୪ର ଦ୍ୱିତୀୟ ଦିନରେ କମାଲ କରିଛନ୍ତି ଭାରତୀୟ ପାରା ଖେଳାଳି । ପ୍ରଥମେ ସୁଟିଂରେ ଭାରତକୁ ୩ଟି ପଦକ ମିଳିଥିଲା ବେଳେ ପାରା ଆଥେଲଟ୍ ପ୍ରୀତି ପଲ ୧୦୦ ମିଟର ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ପୁରୁଷ ବିଭାଗ ୧୦ ମିଟର ଏୟାର ପିସ୍ତଲ ଏସ୍ଏଚ୍୧ରେ ରୌପ୍ୟ ପଦକ ଜିତିଛନ୍ତି ମନୀଷ ନରୱାଲ । ସେ ଟୋକିଓ ପାରାଲିମ୍ପିକ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଙ୍ଗରେ ଅବନୀ ଲେଖରା ସ୍ୱର୍ଣ୍ଣ ପଦକ ହାତେଇଛନ୍ତି । ଅବନି ଲେଖାର ପାରାଲିମ୍ପିକ୍ସରେ ରେକର୍ଡ କରିବା ସହିତ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି ।

ଅବନୀ ଲେଖାର ୨୪୯.୭ ପଏଣ୍ଟ ସହିତ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ କୋରିଆର ଲି ୨୪୬.୮ ପଏଣ୍ଟ ପାଇ ରୌପ୍ୟ ପଦକ ଜିତିଛନ୍ତି । ସେହିପରି ମୋନା ଅଗ୍ରଓ୍ବାଲ ୨୨୮ ପଏଣ୍ଟ ହାତେଇବା ସହିତ ବ୍ରୋଞ୍ଜ ପଦକ ଜିତିଛନ୍ତି । ଅବନି ଲେଖର କ୍ୱାଲିଫିକେଶନ୍ ରାଉଣ୍ଡରେ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲ ରାଉଣ୍ଡରେ ପ୍ରବେଶ କରିଥିଲେ ।

ସେହିପରି ୫ମ ସ୍ଥାନରେ ରହି ଫାଇନାଲରେ ପ୍ରବେଶ କରିଥିଲେ ମୋନା । ଭାରତ ନାମରେ ଗୋଟିଏ ସ୍ୱର୍ଣ୍ଣ ଗୋଟିଏ ରୌପ୍ୟ ସହ ଦୁଇଟି ବ୍ରୋଞ୍ଜ ପଦକ ରହିଛି । ମୋଟ ୪ଟି ମେଡ଼ାଲ ସହ ପ୍ୟାରିସ୍ ପାରାଲିମ୍ପିକ୍ସର ପଦକ ତାଲିକାରେ ୧୦ମ ସ୍ଥାନରେ ରହିଛି ଭାରତ ।

ପାରାଅଲିମ୍ପିକ୍ସରେ ଚମକିଲେ ଭାରତୀୟ
୧-ଅବନୀ ଲେଖରା, ସ୍ୱର୍ଣ୍ଣ ପଦକ, ୧୦ ମିଟର ଏୟାର ରାଇଫଲ (ମହିଳା)
୨-ମୋନା ଅଗ୍ରୱାଲ, ବ୍ରୋଞ୍ଜ ପଦକ, ୧୦ ମିଟର ଏୟାର ରାଇଫଲ (ମହିଳା)
୩-ମନୀଷ ନରୱାଲ,ସିଲଭର ପଦକ, ୧୦ ମିଟର ଏୟାର ରାଇଫଲ (ପୁରୁଷ)
୪-ପ୍ରୀତି ପାଲ, ବ୍ରୋଞ୍ଜ ପଦକ, ୧୦୦ ମିଟର ରେସ (ମହିଳା)