କନକ ବ୍ୟୁରୋ: ଦିଲ୍ଲୀ ପ୍ରିମିୟର ଲିଗ୍ ପରେ ଏବେ ଦଲିପ ଟ୍ରଫି ଖେଳିବାରେ ବ୍ୟସ୍ତ ଅଛନ୍ତି ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ଋଷଭ ପନ୍ତ । ଏହାରି ମଧ୍ୟରେ ସେ ସୋସିଆଲ ମିଡିଆରେ ଠକେଇର ଶିକାର ହୋଇଛନ୍ତି । ଘଟଣା ହେଉଛି ଗତ ଅଗଷ୍ଟ ୨୬ ତାରିଖର । ମାଇକ୍ରୋବ୍ଲଗିଂ ୱେବସାଇଟ ଏକ୍ସ ହ୍ୟାଣ୍ଡେଲରେ କାର୍ତ୍ତିକେୟ ନାମକ ଜଣେ ୟୁଜର ଇଞ୍ଜିନିୟରିଂ କୋର୍ସ ଫିସ ଦେବାକୁ କିଛି ଅର୍ଥରାଶି ସହାୟତା ମାଗିଥିଲେ । ପନ୍ତ ଏହି ଟ୍ୱିଟ୍ ର ଜବାବ ଦେବାପରେ ବର୍ତ୍ତମାନ ପୋଷ୍ଟ ଡିଲିଟ୍ କରିଛନ୍ତି ୟୁଜର୍ ।
କାର୍ତ୍ତିକେୟ ନାମକ ଇଞ୍ଜିନିୟରିଂ ଛାତ୍ର କଲେଜ ଫିସ ପାଇଁ ୱେବସାଇଟରୁ କ୍ରାଉଡ ଫଣ୍ଡିଂ ପାଇଁ ପୋଷ୍ଟ ସେୟାର କରିଥିଲେ । ଖାଲି ସେତିକି ନୁହେ,ଁ ଏହି ପୋଷ୍ଟ ଜରିଆରେ ଋଷଭ ପନ୍ତଙ୍କୁ ଟ୍ୟାଗ କରି ସାହାଯ୍ୟ ମାଗିଥିଲେ ୟୁଜର । ଏହାର ଜବାବ ଦେଇ ପନ୍ତ ଲେଖିଲେ... ନିଜ ସ୍ୱପ୍ନକୁ ପୂରଣ କର, ଭଗବାନ ସବୁବେଳେ ସମସ୍ତଙ୍କ ପାଇଁ ଭଲ ଯୋଜନା କରନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପନ୍ତଙ୍କ ଜବାବ ପରେ ଏହି ପୋଷ୍ଟ ଏବେ ଡିଲିଟ ହୋଇଛି । ପୋଷ୍ଟରେ ରିପ୍ଲାଇ କରିବା ପୂବ ର୍ରୁ ପନ୍ତ ସମ୍ପୃକ୍ତ ୟୁଜରଙ୍କୁ ୯୦ ହଜାର ଟଙ୍କା ଦାନ କରିଥିଲେ ।
ପୋଷ୍ଟ ଡିଲିଟ ପର ପନ୍ତଙ୍କ ସହ ଠକେଇ କରାଯାଇଥିବା ଦାବି କରାଯାଉଛି । ତେବେ ପ୍ରଥମ ଥର ପାଇଁ ପନ୍ତଙ୍କ ସହ ଏଭଳି ଠକେଇ ହୋଇନାହିଁ । ଏହାପୂର୍ବରୁ ଗତ ୨୦୨୩ ମସିହାରେ ପନ୍ତ ସହ ଠକେଇ କରିଥିଲେ ଜଣେ କ୍ରିକେଟର । ସେ ପନ୍ତଙ୍କଠାରୁ ୧.୬୩ କୋଟି ଟଙ୍କା ଠକି ନେଇଥିଲେ । ଏହି ଅଭିଯୁକ୍ତଙ୍କ ନାଁ ହେଉଛି ମ୍ରିଣାକ ସିଂହ, ହରିଆଣା ପାଇଁ ୧୯ ବର୍ଷରୁ କମ ଦଳରେ ସାମିଲ ହୋଇଥିଲେ । ତେବେ ପରବର୍ତ୍ତୀ ସମୟରେ ପାଲଟି ଯାଇଥିଲେ ଜଣେ ଠକ । କୋର୍ଟ ଅଭିଯୁକ୍ତ ବିରୁଦ୍ଧରେ ଏକ ଜାମିନ ବିହୀନ ପରୱାନା ବି ଜାରି କରଥିଲେ । ନିଜକୁ କରର୍ଣ୍ାଟକର ଜଣେ ବରିଷ୍ଠ ଅଧିକାରୀ କହି ଋଷଭ ପନ୍ତଙ୍କଠାରୁ ସେ ଏକ କୋଟି ୬୩ ଲକ୍ଷ ଟଙ୍କା ଠକି ନେଇଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଏହି ୨୫ ବର୍ଷୀୟ ଅଭିଯୁକ୍ତକ ଗିରଫ କରିଥଲା । ତାଙ୍କ ନାମରେ ପୂର୍ବରୁ ବି ଠକେଇ ଭଳି ଅନେକ ଅଭିଯୋଗ ରହିଥିଲା ।
ତେବେ ବର୍ତ୍ତମାନ ୯୦ ହଜାର ଠକେଇ ନେଇ ଋଷଭ ପନ୍ତଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ଏହାସହ ୟୁଜର ଜଣକ କିଏ ସତରେ ତାଙ୍କୁ ସାହାଯ୍ୟ ଦରକାର ଥିଲା ସେ ପନ୍ତଙ୍କୁ ଠକି ନେଇଛନ୍ତି ତାହାକୁ ନେଇ କୌଣସି ସୂଚନା ମିଳିପାରିନାହିଁ ।
ଋଷଭ ପନ୍ତ ଶେଷ ଥର ପାଇଁ ଶ୍ରୀଲଙ୍କା ଗସ୍ତ ବେଳେ ଟିମ ଇଣ୍ଡିଆରେ ସାମିଲ ହୋଇଥିଲେ । ଏହି ସିରିଜରେ ସେ କିଛି ଖାସ ପ୍ରଦର୍ଶନ କରି ପାରିନଥିଲେ । ତାଙ୍କୁ ପୁଣି ବାଲାଂଦେଶ ବିପକ୍ଷ ଟେଷ୍ଟ ଓ ଟିଟ୍ୱେଣ୍ଟି ସିରିଜରେ ଦେଖିବାକୁ ମିଳିପାରେ ।