ପାକ୍ ପ୍ରଧାନମନ୍ତ୍ରୀଙ୍କ ମିଛକୁ ଭାରତର ଖଣ୍ଡନ : ଅପରେସନ ସିନ୍ଦୂରରେ ପାକିସ୍ତାନର ଖସିଥିଲା ୫ ବିମାନ

ଭାରତୀୟ ବାୟୁସେନା ମୁଖ୍ୟ ମାର୍ସାଲ ଅମରପ୍ରୀତ୍ ସିଂହ ପୁଣି ଏହି ସୂଚନା ଦେବା ସହ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫଙ୍କ ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ ଜାତିସଂଘରେ ତାଙ୍କ ବକ୍ତବ୍ୟ ସମୟରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ସହିତ ଜଡ଼ିତ ବିକୃତ ତଥ୍ୟ ଉପସ୍ଥାପନ କରିଥିଲେ ।

58

କନକ ବ୍ୟୁରୋ : ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ଭାରତର ଅପରେସନ ସିନ୍ଦୂର ସମୟରେ ପାକିସ୍ତାନର ୫ଟି ଲଢୁଆ ଜେଟ୍  ବିମାନ ଖସାଇ ଦିଆଯାଇଥିଲା । ଏହା ମଧ୍ୟରେ ଏଫ୍-16 ଓ ଜେଫ୍ -17 ଅଛି ।  ଭାରତୀୟ ବାୟୁସେନା ମୁଖ୍ୟ ମାର୍ସାଲ ଅମରପ୍ରୀତ୍ ସିଂହ ପୁଣି ଏହି ସୂଚନା ଦେବା ସହ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫଙ୍କ ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ ଜାତିସଂଘରେ ତାଙ୍କ ବକ୍ତବ୍ୟ ସମୟରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ସହିତ ଜଡ଼ିତ ବିକୃତ ତଥ୍ୟ ଉପସ୍ଥାପନ କରିଥିଲେ ।  ଏହାକୁ ଭାରତୀୟ  ବାୟୁସେନା ମୁଖ୍ୟ ମାର୍ସାଲ ଅମରପ୍ରୀତ ସିଂହ  ଖଣ୍ଡନ କରିଛନ୍ତି । ପାକିସ୍ତାନର ୫ଟି ଲଢୁଆ ବିମାନକୁ ଭାରତୀୟ ପ୍ରତିରକ୍ଷା ବାହିନୀ ଖସାଇ ଦେଇଥିଲା ବୋଲି ମାର୍ସାଲ ଅମରପ୍ରୀତ ସିଂହ ଦୋହରାଇଛନ୍ତି । 

ଧରାପଡ଼ିଲା ପାକିସ୍ତାନର ମିଛ
ପାକିସ୍ତାନକୁ ମୁହଁତୋଡ଼ ଜବାବ
ଅପରେସନ ସିନ୍ଦୂରରେ ପାକିସ୍ତାନର ଖସିଖିଲା ୫ ବିମାନ
ଖସାଇଥିଲା ଭାରତୀୟ ପ୍ରତିରକ୍ଷା ବାହିନୀ
ପାକ୍ ପ୍ରଧାନମନ୍ତ୍ରୀଙ୍କ ମିଛକୁ ଭାତର ଖଣ୍ଡନ
ଖଣ୍ଡନ କଲେ ବାୟୁସେନା ମୁଖ୍ୟ ମାର୍ସାଲ ଏ.ପି ସିଂହ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe