କନକ ବ୍ୟୁରୋ : ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ଭାରତର ଅପରେସନ ସିନ୍ଦୂର ସମୟରେ ପାକିସ୍ତାନର ୫ଟି ଲଢୁଆ ଜେଟ୍ ବିମାନ ଖସାଇ ଦିଆଯାଇଥିଲା । ଏହା ମଧ୍ୟରେ ଏଫ୍-16 ଓ ଜେଫ୍ -17 ଅଛି । ଭାରତୀୟ ବାୟୁସେନା ମୁଖ୍ୟ ମାର୍ସାଲ ଅମରପ୍ରୀତ୍ ସିଂହ ପୁଣି ଏହି ସୂଚନା ଦେବା ସହ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫଙ୍କ ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ ଜାତିସଂଘରେ ତାଙ୍କ ବକ୍ତବ୍ୟ ସମୟରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ସହିତ ଜଡ଼ିତ ବିକୃତ ତଥ୍ୟ ଉପସ୍ଥାପନ କରିଥିଲେ । ଏହାକୁ ଭାରତୀୟ ବାୟୁସେନା ମୁଖ୍ୟ ମାର୍ସାଲ ଅମରପ୍ରୀତ ସିଂହ ଖଣ୍ଡନ କରିଛନ୍ତି । ପାକିସ୍ତାନର ୫ଟି ଲଢୁଆ ବିମାନକୁ ଭାରତୀୟ ପ୍ରତିରକ୍ଷା ବାହିନୀ ଖସାଇ ଦେଇଥିଲା ବୋଲି ମାର୍ସାଲ ଅମରପ୍ରୀତ ସିଂହ ଦୋହରାଇଛନ୍ତି ।
ଧରାପଡ଼ିଲା ପାକିସ୍ତାନର ମିଛ
ପାକିସ୍ତାନକୁ ମୁହଁତୋଡ଼ ଜବାବ
ଅପରେସନ ସିନ୍ଦୂରରେ ପାକିସ୍ତାନର ଖସିଖିଲା ୫ ବିମାନ
ଖସାଇଥିଲା ଭାରତୀୟ ପ୍ରତିରକ୍ଷା ବାହିନୀ
ପାକ୍ ପ୍ରଧାନମନ୍ତ୍ରୀଙ୍କ ମିଛକୁ ଭାତର ଖଣ୍ଡନ
ଖଣ୍ଡନ କଲେ ବାୟୁସେନା ମୁଖ୍ୟ ମାର୍ସାଲ ଏ.ପି ସିଂହ