କନକ ବ୍ୟୁରୋ : ସବୁବେଳେ ଚୀନ୍ ବଳରେ ନିଜକୁ ବଳିଆନ ଭାବି ଆସୁଥିବା ପାକିସ୍ତାନ ଏବେ ଚୀନ୍ ଉପରେ ଭରସା କରିପାରୁନି । ଚୀନର ଅସ୍ତ୍ରଶସ୍ତ୍ର ଉପରେ ନିର୍ଭର କରିଆସୁଥିବା ପାକିସ୍ତାନ ଏବେ ତୁର୍କୀ ଆଡ଼କୁ ଢଳିବାରେ ଲାଗିଛି । ଯେତେବେଳେ ବି ଭାରତକୁ ଡରେ ସେତେବେଳେ ଚୀନ୍ ପାଖରେ କାନ୍ଦୁଥିବା ପାକିସ୍ତାନ ଏବେ ତୁର୍କୀର ହାତଧରି ଚାଲୁଛି । ଏହାକୁ ଦେଖି ଲାଗୁଛି ବୋଧ ହୁଏ ଚୀନ୍ ଉପରେ ଆଉ ପାକିସ୍ତାନର ବିଶ୍ବାସ ନାହିଁ । 

Advertisment

ଚୀନ୍ ହାତ ଛାଡ଼ିଲା ପାକିସ୍ତାନ 
ଆଉ ପସନ୍ଦ ନାହିଁ ଚାଇନା ମାଲ୍ 
ଭାରତର ଅପରେସନ୍ ସିନ୍ଦୁର ସମୟରେ ପାକିସ୍ତାନକୁ ସବୁପ୍ରକାର ସହଯୋଗ କରିଥିଲା ଚୀନ୍ । ଭାରତର ମିସାଇକୁ ଧ୍ୱଂସ କରିବା ପାଇଁ HQ-16 ଭଳି ଅସ୍ତ୍ରଶସ୍ତ୍ର ଯୋଗାଇ ଦେବା ସହ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ ବି କରିଥିଲା, କିନ୍ତୁ ପାକିସ୍ତାନ ଏବେ ତୁର୍କୀ ସହ ସାମରିକ ସମ୍ପର୍କ ବଢାଇ ପ୍ରମାଣ କରିଦେଇଛି ଯେ ପାକିସ୍ତାନ ପାଇଁ ଚାଇନା ମାଲ୍ ଅଦରକାରୀ…

ପାକ୍ -ତୁର୍କୀ ଭିତରେ BrotherHood ଭାବ
ହୋଇସାରିଛି ବଡ଼ ଡିଲ୍ 
ତୁର୍କୀ-ପାକିସ୍ତାନର ସମ୍ପର୍କ ଏବେ ଆଉ ଅଛପା ହୋଇ ରହିନାହିଁ । ତୁର୍କୀ ପାକିସ୍ତାନକୁ ଭାଇ ବୋଲି କହି ସମ୍ୱୋଧନ କରିଛି । ନିକଟରେ ଉଭୟ ଦେଶଙ୍କ ମଧ୍ୟରେ ସାମରିକ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ବି ବଡ଼ ଡିଲ୍ ହୋଇସାରିଛି । ୭୦୦ରୁ ଅଧିକ ଗୁଇନ୍ଦା ଡ୍ରୋନ୍ କିଣିବା ପାଇଁ ପାଖାପାଖି ୯ଶହ ମିଲିୟନ୍ ଡଲାର ବା ୭ହଜାର ୫ଶହ କୋଟି ଟଙ୍କାର ଡିଲ୍ ହୋଇସାରିଛି । କେବଳ ଏତିକି ନୁହେଁ ଉଭୟ ଦେଶର ସେନା ବି ଉଭୟ ଦେଶକୁ ଭିତିରି ତଥ୍ୟ ଆଦାନ ପ୍ରଦାନ କରିବେ ବୋଲି ନିଷ୍ପତ୍ତି ହୋଇଛି । ଏହା ପଛରେ ସବୁଠୁ ବଡ଼ କାରଣ ରହିଛି ତୀବ୍ର ଗତିରେ ଆଗକୁ ବଢ଼ୁଥିବା ଭାରତର ବିକାଶ । 

ଭାରତ-ତୁର୍କୀର ସମ୍ପର୍କ 
ଭାରତ-ତୁର୍କୀର ସମ୍ପର୍କ ପୂର୍ବରୁ ଭାରି ନିବିଡ଼ ଥିଲା । ଯେକୌଣସି ସମସ୍ୟା ହେଉନା କାହିଁକି ଭାରତ ସବୁବେଳେ ତୁର୍କୀର ସାଥ ଦେଇଆସିଛି । ସହଯୋଗର ହାତ ବଢାଇ ଆସିଛି, ଯେବେ ବି ତୁର୍କୀରେ ଭୂକମ୍ପ ଆସେ ପ୍ରଥମେ ଭାରତ ସହଯୋଗର ହାତ ବଢ଼ାଇଛି, କିନ୍ତୁ ବର୍ତ୍ତମାନ ସ୍ଥିତି ସମ୍ପୂର୍ଣ୍ଣ ଓଲଟା । ଭିତରେ ଭିତରେ ତୁର୍କୀ ଭାରତକୁ ଶତ୍ରୁ ବନାଇସାରିଛି । ଯାହା ପାକିସ୍ତାନ ସହ ଭାରତର ଯୁଦ୍ଧ ସମୟରେ ପଦାକୁ ଆସିସାରିଛି । ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନକୁ ତୁର୍କୀ ଘାତକ ଡ୍ରୋନ୍ ଯୋଗାଇଦେଇଥିବା ସ୍ପଷ୍ଟ ହୋଇସାରିଛି । ଭାରତ ଠାରୁ ଅନେକ ପଛରେ ଥିବା ତୁର୍କୀ ଏବେ ନିଜକୁ ଭାରତର ସମକକ୍ଷ ବୋଲି ଭାବୁଛି । ଭାରତ ଠାରୁ ୪୬୦୦ କିଲୋମିଟର ଦୂରରେ ଥିବା ତୁର୍କୀ ଭାରତକୁ ନାଲିଆଖି ଦେଖାଉଛି । ଏହା ପଛରେ ବଡ଼ କାରଣ ଭାରତର ଦୃତ ବିକାଶ…

ତେବେ ଏହି ସମସ୍ତ ଘଟଣାକୁ ତର୍ଜମା କଲେ ଗୋଟିଏ କଥା ସାମ୍ନାକୁ ଆସୁଛି, ପାକିସ୍ତାନର ଦୋଗଲା ନୀତି ହିଁ ପାକିସ୍ତାନକୁ ବରବାଦ କରିବ... ଏଥିରେ କୌଣସି ଦ୍ୱିମତ ନାହିଁ ।