କନକ ବ୍ୟୁରୋ: ଗତ ଏପ୍ରିଲ ୨୩ରୁ ଜୁନ୍ ୨୦ ମଧ୍ୟରେ ଭାରତ ପାଇଁ ପାକିସ୍ତାନ ଆକାଶ ମାର୍ଗ ବନ୍ଦ କରିବା ଫଳରେ ପାକିସ୍ତାନ ୪.୧୦ ବିଲିଅନ ଡଲାର କ୍ଷତି ସହିଛି । ପ୍ରତିଦିନ ପାକିସ୍ତାନ ଆକାଶ ମାର୍ଗ ଦେଇ ଭାରତର ୧୦୦ରୁ ୧୫୦ ବିମାନ ଯାତାୟାତ କରିଥାନ୍ତି । ଆକାଶ ମାର୍ଗ ବନ୍ଦ କରିବା ଦ୍ବାରା ପାକିସ୍ତାନ ଏହି ସୂତ୍ରରୁ ପାଉଥିବା ଅର୍ଥର ୨୦ ପ୍ରତିଶତ ହରାଇଛି । ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ମିଳିଛି । ଏପ୍ରିଲ ୨୨ରେ ପହଲଗାମ ଆକ୍ରମଣ ପରେ ଏପ୍ରିଲ ୨୩ରେ ପାକିସ୍ତାନ ସହ ଭାରତ ସିନ୍ଧୁ ଜଳ ଚୁକ୍ତି ବାତିଲ କରିଥିଲା । ଜବାବରେ ଏପ୍ରିଲ ୨୪ରୁ ଭାରତ ପାଇଁ ଆକାଶ ମାର୍ଗ ବନ୍ଦ କରିଥିଲା ପାକିସ୍ତାନ । ଫଳରେ ପାକିସ୍ତାନର ୪.୧୦ ବିଲିଅନ ଡଲାର କ୍ଷତି ହୋଇଛି ।
ବଡ଼ କ୍ଷତି ସହୁଛି ପାକିସ୍ତାନ
ଭାରତ ପାଇଁ ଆକାଶମାର୍ଗ ବନ୍ଦ ଦ୍ବାରା ପାକିସ୍ତାନର ୪. ୧୦ ବିଲିଅନ ଡଲାର କ୍ଷତି
ଏପ୍ରିଲ ୨୩ରୁ ଜୁନ୍ ୨୦ ମଧ୍ୟରେ ଭାରତ ପାଇଁ ପାକିସ୍ତାନ ଆକାଶ ମାର୍ଗ ବନ୍ଦ ଥିଲା
ପ୍ରତିଦିନ ପାକ୍ ଆକାଶ ମାର୍ଗ ଦେଇ ଭାରତର ୧୦୦ରୁ ୧୫୦ ବିମାନ ଯାତାୟାତ କରିଥାନ୍ତି
ସିନ୍ଧୁ ଜଳଚୁକ୍ତି ବାତିଲ ପରେ ଆକାଶମାର୍ଗ ବନ୍ଦ କରିଥିଲା ପାକିସ୍ତାନ
ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/08/09/shahbaz-sharif-2025-08-09-21-36-04.webp)