କନକ ବ୍ୟୁରୋ : ସାରା ଦୁନିଆକୁ ମିଛ କଥା କହି ଭୁଆଁ ବୁଲାଉଥିବା ପାକିସ୍ତାନ ଏବେ ନିଜ ପାଠ ବହିରେ ମଧ୍ୟ ମିଛ କଥାକୁ ସ୍ଥାନ ଦେଇଛି । ଛାତ୍ରଛାତ୍ରୀଙ୍କ ନିକଟରେ ଭାରତଠୁ ହାରିଥିବା କଥା କହିବା ସାହସ ନାହିଁ ତେଣୁ ମନ ଗଢ଼ା କାହାଣୀକୁ ପାଠ୍ୟକ୍ରମରେ ସ୍ଥାନ ଦେଇଛି । c ପାକିସ୍ତାନ ଶିକ୍ଷାମନ୍ତ୍ରାଳୟ ଛାପିଥିବା ବର୍ଷ ୨୦୨୫-୨୬ ଶିକ୍ଷାବର୍ଷର କିଛି ବହିର ଚିତ୍ର । ଯେଉଁଠି ଆତଙ୍କୀଙ୍କ ଦେଶ ପାଠ ବହିରେ ଭାରତ ବିରୋଧରେ ବିଷ ଉଗାରିବା ସହ ଅନେକ ମିଛ କଥାକୁ ସ୍ଥାନ ଦେଇଛି ।
ପାଠବହିରେ ପାକିସ୍ତାନର ମିଛ କାହାଣୀ
-ପହଲଗାମ ଆତଙ୍କୀ ଆକ୍ରମଣରେ ପାକିସ୍ତାନର କୌଣସି ଭୂମିକା ନଥିଲା
-ପାକିସ୍ତାନ ଉପରେ ମିଛ ଅଭିଯୋଗ ଆଣିଥିଲା ଭାରତ
--ମେ ୬ ରାତିରେ ସାମରିକ କାର୍ଯ୍ୟାନୁଷ୍ଠାନ କରିଥିଲା
-ପିଓକେରେ ବଡ଼ ଆକ୍ରମଣ କରି ଅନେକ ନିରୀହଙ୍କୁ ମାରିଥିଲା
- ଯାହାର କଡ଼ା ଜବାବ ଦେଇଥିଲେ ପାକ୍ ସେନା ଓ ସରକାର
-ରାଫେଲ ସହ ଭାରତର ଏକାଧିକ ଯୁଦ୍ଧ ବିମାନକୁ ନଷ୍ଟ କରିଛି ପାକ୍
-ଏୟାରବେସ ସହ ଭାରତର ୨୬ଟି ସ୍ଥାନକୁ ଟାର୍ଗେଟ୍ କରି ଜବାବ ଦିଆଯାଇଛି
-ପାକିସ୍ତାନର ଆକ୍ରମଣରେ ଭୟଭୀତ ହୋଇପଡ଼ିଥିଲା ଭାରତ
-ଯୁଦ୍ଧ ବନ୍ଦ ପାଇଁ ଆଲୋଚନା କରିବାକୁ ଅନୁରୋଧ କରିଥିଲା
-ଶେଷରେ ଆମେରିକା ରାଷ୍ଟ୍ରପତିଙ୍କ ଅନୁରୋଧ ପରେ ପାକିସ୍ତାନ ଯୁଦ୍ଧ ବିରାମ କରିଥିଲା
-ଯୁଦ୍ଧରେ ଦକ୍ଷ ପ୍ରଦର୍ଶନ କରିଥିଲେ ପାକ୍ ସେନା ମୁଖ୍ୟ ଆସିମ ମୁନିର
-ଉପହାର ଭାବେ ତାଙ୍କୁ ଫିଲ୍ଡ ମାର୍ସଲ ପଦବି ଦିଆଯାଇଥିଲା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/09/24/pakistan-book-2025-09-24-22-17-59.jpg)