ଜହ୍ନକୁ ଯିବାକୁ ପାକିସ୍ତାନର ସ୍ବପ୍ନ: ଖାଦ୍ୟ ସଂକଟ ଭିତରେ ଚୀନ ସହ ମିଶି କରୁଛି ମୁନ୍ ମିଶନ ପ୍ଲାନ୍

Advertisment

ଚୀନର ସହାୟତାରେ ଚନ୍ଦ୍ରକୁ ଯିବ ପାକିସ୍ତାନ ।  ୨୦୩୫ ସୁଦ୍ଧା ଲ୍ୟାଣ୍ଡିଂ ଲକ୍ଷ୍ୟ ରଖିଛି ପାକିସ୍ତାନ । ଏହି ମିସନ ସମ୍ପୂର୍ଣ୍ଣ ଚୀନର ସହାୟତା ଉପରେ ନିର୍ଭରଶୀଳ ।

ଚୀନର ସହାୟତାରେ ଚନ୍ଦ୍ରକୁ ଯିବ ପାକିସ୍ତାନ ।  ୨୦୩୫ ସୁଦ୍ଧା ଲ୍ୟାଣ୍ଡିଂ ଲକ୍ଷ୍ୟ ରଖିଛି ପାକିସ୍ତାନ । ଏହି ମିସନ ସମ୍ପୂର୍ଣ୍ଣ ଚୀନର ସହାୟତା ଉପରେ ନିର୍ଭରଶୀଳ ।

Pak moon drm

Photograph: (kanaknews)

କନକ ବ୍ୟୁରୋ : ଖାଇବାକୁ ପାଉନଥିବା ପାକିସ୍ତାନ ଚତ୍ରକୁ ଯିବାର ସ୍ବପ୍ନ ଦେଖୁଛି । ନିଜ ଜନତାଙ୍କୁ ଦିନକୁ ଦୁଇ ଓଳି ରୁଟି ଯୋଗାଇପାରୁନଥିଲା ପାକିସ୍ତାନ ଚତ୍ରରେ ପାଦ ଥାପିବାପ ସ୍ବପ୍ନ ଦେଖୁଛି । ନିଜ ପାଖରେ କ୍ଷମତା ନଥିବା ଦେଶ ଅନ୍ୟ ପାୱାରରେ ନିଜକୁ ପାୱାରଫୁଲ୍ ଭାବୁଛି । 

ଚୀନର ସହାୟତାରେ ଚନ୍ଦ୍ରକୁ ଯିବ ପାକିସ୍ତାନ ।  ୨୦୩୫ ସୁଦ୍ଧା ଲ୍ୟାଣ୍ଡିଂ ଲକ୍ଷ୍ୟ ରଖିଛି ପାକିସ୍ତାନ । ଏହି ମିସନ ସମ୍ପୂର୍ଣ୍ଣ ଚୀନର ସହାୟତା ଉପରେ ନିର୍ଭରଶୀଳ । ପାକିସ୍ତାନର ମହାକାଶ ଏଜେନ୍ସି ଏ ପର୍ଯ୍ୟନ୍ତ ସ୍ୱାଧୀନ ଭାବେ କୌଣସି ଉପଗ୍ରହ କିମ୍ବା ମହାକାଶ ମିସନ ଆରମ୍ଭ କରିନାହିଁ । ଚୀନର ପ୍ରଯୁକ୍ତି ଓ ଦକ୍ଷତା ଉପରେ ନିର୍ଭର କରି ପାକିସ୍ତାନ ଏହି ଉଚ୍ଚାକାଂକ୍ଷୀ ଲକ୍ଷ୍ୟ ହାସଲ କରିବାକୁ ଯୋଜନା କରୁଛି । ପାକିସ୍ତାନର ଯୋଜନା, ବିକାଶ ମନ୍ତ୍ରୀ ଆହସାନ ଇକବାଲ ବେଜିଂରେ ଚୀନର ଅଧିକାରୀମାନଙ୍କ ସହ ଏକ ବୈଠକରେ ଏହି ଘୋଷଣା କରିଛନ୍ତି । ପାକିସ୍ତାନ ଚୀନର ସହଯୋଗରେ ୨୦୨୬ ସୁଦ୍ଧା ପ୍ରଥମ ପାକିସ୍ତାନୀ ମହାକାଶଚାରୀଙ୍କୁ ଚୀନର ମହାକାଶ ଷ୍ଟେସନକୁ ପଠାଇବା ଯୋଜନା ମଧ୍ୟ ପ୍ରକାଶ କରିଛନ୍ତି । ଏହା ସହ ୨୦୨୮ରେ ଚୀନର ଚାଙ୍ଗେ-୮ ମିସନରେ ପାକିସ୍ତାନ ୩୫ କିଲୋଗ୍ରାମ୍‌ର ରୋଭର ଚନ୍ଦ୍ରକୁ ପଠାଇବ, ଯାହା ଚନ୍ଦ୍ରର ଦକ୍ଷିଣ ମେରୁରେ ଅନୁସନ୍ଧାନ କରିବ ।

ଚୀନ୍‌ର ଦୟାରେ ଚନ୍ଦ୍ରକୁ ଯିବ ପାକିସ୍ତାନ 
ପାକିସ୍ତାନ ୨୦୩୫ ସୁଦ୍ଧା ଚନ୍ଦ୍ରରେ ମହାକାଶ ଯାନ ଅବତରଣ କରିବାକୁ ଲକ୍ଷ୍ୟ ରଖିଛି
ମିସନ୍‌ଟି ପାକିସ୍ତାନ ଦ୍ୱାରା ପରିଚାଳିତ ହେବ, କିନ୍ତୁ ଚୀନ୍‌ ସମ୍ପୂର୍ଣ୍ଣ ସହାୟତା କରିବ
ଚୀନ୍‌ର ଚାଙ୍ଗେ-୮ ମିସନ୍‌ରେ ପାକିସ୍ତାନ ୨୦୨୮ରେ ୩୫ କିଲୋଗ୍ରାମ୍‌ର ରୋଭର ପଠାଇବ
ରୋଭରଟି ଚନ୍ଦ୍ରର ଦକ୍ଷିଣ ମେରୁରେ ବୈଜ୍ଞାନିକ ପରୀକ୍ଷଣ ଓ ଭୂମି ବିଶ୍ଳେଷଣ କରିବ
ପାକିସ୍ତାନ ୨୦୨୬ ସୁଦ୍ଧା ଚୀନ୍‌ର ମହାକାଶ ଷ୍ଟେସନ୍‌କୁ ମହାକାଶଚାରୀ ପଠାଇବ
ସୁପାର୍କୋ ୧୯୬୧ ମସିହାରେ ନୋବେଲ ବିଜେତା ଡ. ଅବଦୁସ ସଲାମଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା
ପାକିସ୍ତାନର ସମସ୍ତ ଉପଗ୍ରହ ଉତ୍‌କ୍ଷେପଣ ଚୀନ୍‌ର ସହାୟତାରେ ହୋଇଛି
ପାକିସ୍ତାନର ଅର୍ଥନୈତିକ ସଙ୍କଟ ଓ ସିପିଇସି ଋଣ ମିସନ୍‌ରେ ଚ୍ୟାଲେଞ୍ଜ ସୃଷ୍ଟି କରୁଛି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe