କନକ ବ୍ୟୁରୋ : ଭାରତ ପାକିସ୍ତାନ ବିରୋଧରେ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖି ଏକ ଦୃଢ଼ କୂଟନୈତିକ ଜବାବ ଦେଇଛି । ପାକିସ୍ତାନର ମଧ୍ୟସ୍ଥଙ୍କ ଆପତ୍ତି ସତ୍ତ୍ୱେ, ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ଧରାପଡ଼ିବା ପରେ ଭାରତ ଏହି କଠୋର ପଦକ୍ଷେପ ଗ୍ରହଣ କରିଥିଲା । ୧୯୬୦ ମସିହାରେ ସ୍ୱାକ୍ଷରିତ ସିନ୍ଧୁ ଜଳ ଚୁକ୍ତି ଉଭୟ ଦେଶ ମଧ୍ୟରେ ଜଳ ବଣ୍ଟନ ନିୟନ୍ତ୍ରଣ କରୁଛି । ଭାରତ ଏହାକୁ ସ୍ଥଗିତ ରଖିବା ଦ୍ୱାରା ପାକିସ୍ତାନକୁ ଏକ ସ୍ପଷ୍ଟ ସଙ୍କେତ ଦେଇଛି ଯେ ଆତଙ୍କବାଦକୁ ପ୍ରେତ୍ସୋହଦ ଦେଉଥିବା ପାକିସ୍ତାନକୁ ଆଉ ଛଡା ଯିବ ନାହିଁ । ଏହି ପଦକ୍ଷେପ ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ଆହୁରି ବଢ଼ାଇବ ବୋଲି ଆଶଙ୍କା କରାଯାଉଛି ।
ମଧ୍ୟସ୍ଥି ପ୍ରସ୍ତାବକୁ ଭାରତର ଜବାବ
୧ - ଭାରତରେ ଆତଙ୍କବାଦୀ ଆକ୍ରମଣ ପରେ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ପାଇଁ ସିଧାସଳଖ ପାକିସ୍ତାନକୁ ଦାୟୀ କରିଛି, ସାର୍ବଭୌମ ରାଷ୍ଟ୍ର ଭାବରେ ନିଜର ଅଧିକାର ବ୍ୟବହାର କରି ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଛି ।
୨- ଯେପର୍ଯ୍ୟନ୍ତ ପାକିସ୍ତାନ ସୀମାପାର ଆତଙ୍କବାଦକୁ ବନ୍ଦ ନକରେ, ଚୁକ୍ତି ସ୍ଥଗିତ ରହିବ ଏବଂ ଭାରତ ଏହି ଚୁକ୍ତି ଅଧୀନରେ ନିଜର କୌଣସି ଦାୟିତ୍ୱ ପୂରଣ କରିବାକୁ ବାଧ୍ୟ ନୁହେଁ
୩ - କୌଣସି ମଧ୍ୟସ୍ଥତା ନ୍ୟାୟାଳୟ ନାହିଁ ଏବଂ ବେଆଇନ ଭାବେ ଗଠିତ ଏହି ଆର୍ବିଟ୍ରାଲ ସଂସ୍ଥା, ଯାହାର ଆଇନ ଦୃଷ୍ଟିରେ କୌଣସି ଅସ୍ତିତ୍ୱ ନାହିଁ
୪- ପାକିସ୍ତାନକୁ ଆତଙ୍କବାଦର ବିଶ୍ୱସ୍ତରୀୟ କେନ୍ଦ୍ରସ୍ଥଳ ବୋଲି ବର୍ଣ୍ଣନା କରିଛି ଭାରତ
ପାକିସ୍ତାନର ଏହି ମନଗଢ଼ା ମଧ୍ୟସ୍ଥତା ବ୍ୟବସ୍ଥାର ବ୍ୟବହାର ଅନ୍ତର୍ଜାତୀୟ ମଞ୍ଚରେ ପ୍ରତାରଣା ଏବଂ ହସ୍ତକ୍ଷେପ କରିବାର ଦଶନ୍ଧି ପୁରୁଣା ଢାଞ୍ଚା ସହିତ ସମାନ
୫-ଭାରତ ସ୍ପଷ୍ଟ କରିଛି, ପାକିସ୍ତାନ ନିଜ ମାଟିରେ ଥିବା ପ୍ରତ୍ୟେକ ଆତଙ୍କୀ ଭିତ୍ତିଭୂମି ଏବଂ ଆର୍ଥିକ ସହାୟତାକୁ ନଷ୍ଟ ନକରିବା ପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରହିବ