କୋମାରେ ପାକିସ୍ତାନ ଏୟାରବେସ୍ : ବାରାଣସୀରେ ପ୍ରଧାନମନ୍ତ୍ରୀ ଦୋହାରାଇଲେ ଅପରେସନ ସିନ୍ଦୂର କଥା

Advertisment

ମୋଦୀ କହିଛନ୍ତି, ଅପରେସନ ସିନ୍ଦୂର ପରେ ମୁଁ ପ୍ରଥମ ଥର ପାଇଁ କାଶୀ ଆସିଛି । ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ବହୁତ ଦୁଃଖ ହୋଇଥିଲା ।

ମୋଦୀ କହିଛନ୍ତି, ଅପରେସନ ସିନ୍ଦୂର ପରେ ମୁଁ ପ୍ରଥମ ଥର ପାଇଁ କାଶୀ ଆସିଛି । ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ବହୁତ ଦୁଃଖ ହୋଇଥିଲା ।

1

କନକ ବ୍ୟୁରୋ : ପହଲଗାମ୍ ପ୍ରତିଶୋଧର ପ୍ରତିଶ୍ରୁତି ପୂରଣ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ନିର୍ବାଚନମଣ୍ଡଳୀର ବାରାଣସୀ ଗସ୍ତ ଅବସରରେ ଏକ ଜନସଭାକୁ ସମ୍ୱୋଧିତ କରିଛନ୍ତି । ମୋଦୀ କହିଛନ୍ତି, ଅପରେସନ ସିନ୍ଦୂର ପରେ ମୁଁ ପ୍ରଥମ ଥର ପାଇଁ କାଶୀ ଆସିଛି । ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ବହୁତ ଦୁଃଖ ହୋଇଥିଲା । ଆକ୍ରମଣରେ ୨୬ ଜଣ ନିରୀହ ଲୋକଙ୍କ ଜୀବନ ଯାଇଥିଲା । ଏଭଳି ଦୁଃଖକୁ ସହିବା ପାଇଁ ଶକ୍ତି ଦେବାକୁ ମୁଁ ବାବା ବିଶ୍ୱନାଥଙ୍କୁ ପ୍ରାର୍ଥନା କରୁଥିଲି ।  ଅପରେସନ ସିନ୍ଦୂର କାଶୀର ବାବା ବିଶ୍ୱନାଥଙ୍କୁ ସମର୍ପିତ ଥିଲା । ପହଲଗାମ୍ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂର ସଫଳ ହୋଇଛି । ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ୯ଟି ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରାଯାଇଛି । ଶତାଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି । ଅପରେସନ୍ ମହାଦେବରେ ପହଲଗାମ ଆକ୍ରମଣର ମାଷ୍ଟର ମାଇଣ୍ଡ ମୁସା ସମେତ ତିନିଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି ।

ପାକିସ୍ତାନକୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ୍- 
ଅପରେସନ୍ ସିନ୍ଦୂର ସଫଳ ହୋଇଛି
ଯେଉଁ ପ୍ରତିଶ୍ରୁତି ଦେଇଥିଲି ପୂରଣ କରିଛି
ଅପରେସନ୍ ସିନ୍ଦୂରପରେ ପ୍ରଥମ ଥର କାଶୀ ଆସିଛି
ଭାରତ ଉପରେ ଆକ୍ରମଣ କଲେ ପାତାଳରେ ଲୁଚିଲେ ବି ବଂଚିବ ନାହିଁ
ପାକିସ୍ତାନର କେତକ ଏୟାରବେସ୍ ଆଇସିୟୁରେ ପଡିଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe