କନକ ବ୍ୟୁରୋ : ପହଲଗାମ୍ ପ୍ରତିଶୋଧର ପ୍ରତିଶ୍ରୁତି ପୂରଣ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ନିର୍ବାଚନମଣ୍ଡଳୀର ବାରାଣସୀ ଗସ୍ତ ଅବସରରେ ଏକ ଜନସଭାକୁ ସମ୍ୱୋଧିତ କରିଛନ୍ତି । ମୋଦୀ କହିଛନ୍ତି, ଅପରେସନ ସିନ୍ଦୂର ପରେ ମୁଁ ପ୍ରଥମ ଥର ପାଇଁ କାଶୀ ଆସିଛି । ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ବହୁତ ଦୁଃଖ ହୋଇଥିଲା । ଆକ୍ରମଣରେ ୨୬ ଜଣ ନିରୀହ ଲୋକଙ୍କ ଜୀବନ ଯାଇଥିଲା । ଏଭଳି ଦୁଃଖକୁ ସହିବା ପାଇଁ ଶକ୍ତି ଦେବାକୁ ମୁଁ ବାବା ବିଶ୍ୱନାଥଙ୍କୁ ପ୍ରାର୍ଥନା କରୁଥିଲି ।  ଅପରେସନ ସିନ୍ଦୂର କାଶୀର ବାବା ବିଶ୍ୱନାଥଙ୍କୁ ସମର୍ପିତ ଥିଲା । ପହଲଗାମ୍ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂର ସଫଳ ହୋଇଛି । ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ୯ଟି ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରାଯାଇଛି । ଶତାଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି । ଅପରେସନ୍ ମହାଦେବରେ ପହଲଗାମ ଆକ୍ରମଣର ମାଷ୍ଟର ମାଇଣ୍ଡ ମୁସା ସମେତ ତିନିଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି ।

Advertisment

ପାକିସ୍ତାନକୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ୍- 
ଅପରେସନ୍ ସିନ୍ଦୂର ସଫଳ ହୋଇଛି
ଯେଉଁ ପ୍ରତିଶ୍ରୁତି ଦେଇଥିଲି ପୂରଣ କରିଛି
ଅପରେସନ୍ ସିନ୍ଦୂରପରେ ପ୍ରଥମ ଥର କାଶୀ ଆସିଛି
ଭାରତ ଉପରେ ଆକ୍ରମଣ କଲେ ପାତାଳରେ ଲୁଚିଲେ ବି ବଂଚିବ ନାହିଁ
ପାକିସ୍ତାନର କେତକ ଏୟାରବେସ୍ ଆଇସିୟୁରେ ପଡିଛି