କନକ ବ୍ୟୁରୋ : ୨୪ ଘଣ୍ଟା ପରେ ସୀମା ଖୋଲିଲା ପାକିସ୍ତାନ । ଶୁକ୍ରବାର ପୁଣି ଥରେ ୱାଘା-ଅଟ୍ଟାରୀ ବର୍ଡର ଖୋଲିଲା ପାକିସ୍ତାନ । ସୀମା ପାର କରି ନିଜ ଦେଶ ଫେରିବାକୁ ଅନେକ ପାକ ନାଗରିକ ସୀମାରେ ଅପେକ୍ଷା କରିଥିବାବେଳେ ଗୁରୁବାର ହଠାତ୍ ସୀମା ସିଲ କରିଦେଇଥିଲା ପଡୋଶୀ । ପହଲଗାମ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସ୍ଥିତି ଘନେଇବାରେ ଲାଗିଛି । ଭାରତ ସରକାରଙ୍କ ତରଫରୁ ଗତକାଲିଠାରୁ ଅଟାରୀ ସୀମା ବନ୍ଦ କରିବାକୁ ଘୋଷଣା କରାଯାଇଥିଲା । ହେଲେ ମାନବିକତା ଆଧାରରେ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନାଗରିକଙ୍କ ଯାତାୟାତ ପାଇଁ ଅଟାରୀ ସୀମା ଖୋଲା ରହିଛି । ଅର୍ଥାତ ଯେଉଁ ପାକିସ୍ତାନୀ ଏବେ ବି ବେଆଇନ ଭାବେ ଭାରତରେ ଅଛନ୍ତି ସେମାନେ ଅଟାରୀ ସୀମା ଦେଇ ପାକିସ୍ତାନ ଯାଇପାରିବେ ।

Advertisment

ଭାରତ ସ୍ପଷ୍ଟ କରିଛି କି, ଯେଉଁ ପାକିସ୍ତାନୀ ନାଗରିକମାନେ ଭାରତରେ ରହୁଛନ୍ତି ସେମାନେ ଆଗାମୀ ଆଦେଶ ପୂର୍ବରୁ ଭାରତ ଛାଡିବାକୁ ବାଧ୍ୟ । ଭାରତର ଏଭଳି ନିଷ୍ପତ୍ତି କେବଳ ରାଜନୈତିକ ସନ୍ତୁଳନ ନୁହେଁ ବରଂ ମାନବାଧିକାର ରକ୍ଷାର ଏକ ମିଶାଲ ଅଟେ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଏପର୍ଯ୍ୟନ୍ତ ୯୨୯ ଜଣ ପାକିସ୍ତାନୀ ନାଗରିକ ଭାରତରୁ ପାକିସ୍ତାନ ଯାଇସାରିଛନ୍ତି ।