କନକ ବ୍ୟୁରୋ: ପହଲଗାମ୍ ଆତଙ୍କୀ ଆକ୍ରମଣ ଘଟଣାରେ କାନ୍ଦୁଛି ଭାରତ, ଶୋକରେ ବୁଡ଼ିଛନ୍ତି ସଭିଏଁ । ସୋସିଆଲ ମିଡିଆରେ କଡ଼ା ସମାଲୋଚନା କରୁଛନ୍ତି ବିଶ୍ବବାସୀ । ଏହାରି ଭିତରେ ଭାରତର ବିଶିଷ୍ଟ କ୍ରୀଡ଼ାବିତ୍ ମାନେ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରି ଧର୍ମ ନାଁରେ ଏଭଳି ନାରକୀୟ କାଣ୍ଡକୁ ନେଇ ନିନ୍ଦା କରିଛନ୍ତି ।
ଭାରତୀୟ ପୂର୍ବତନ କ୍ରିକେଟର ଇରଫାନ୍ ପଠାନ ଏନେଇ ଦୁଃଖ ପ୍ରକାଶ କରିବା ସହ ସୋସିଆଲ ମିଡିଆ ଏକ୍ସରେ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି । ଇରଫାନ୍ ଲେଖିଛନ୍ତି ଯେ, ଧର୍ମ ନାଁରେ ଯେଉଁ ଆତଙ୍କୀମାନେ ନିରୀହ ଲୋକଙ୍କ ଜୀବନ ନେଉଛନ୍ତି ସେମାନେ ଜାଣିନାହାନ୍ତି ଯେ ଏଠି ଧର୍ମ ନୁହେଁ ମାନବିକତାର ମୃତ୍ୟୁ ହେଉଛି । କାଶ୍ମୀରରେ ଯାହା ହୋଇଛି ତାହା ଶୁଣିବା ପରେ ମୋ ହୃଦୟ ଫାଟିଯାଉଛି ।
Every time an innocent life is lost, humanity loses. It’s heartbreaking to see and hear about what happened in Kashmir today. I was just there couple of days ago — this pain feels too close.
— Irfan Pathan (@IrfanPathan) April 22, 2025
ସେହିପରି ଭାତୀୟ କ୍ରିକେଟର ମହମ୍ମଦ ସିରାଜ୍ ମଧ୍ୟ ‘ଏକ୍ସ’ରେ ପୋଷ୍ଟ କରି ପହଲଗାମ୍ ଆତଙ୍କୀ ଆକ୍ରମଣ ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ସିରାଜ୍ ଲେଖିଛନ୍ତି, ଧର୍ମ ନାଁରେ ନିରୀହ ନାଗରିକଙ୍କୁ ଟାର୍ଗେଟ୍ କରିବା ଏବଂ ହତ୍ୟା କରିବା ସମ୍ପୂର୍ଣ୍ଣ ଭୁଲ । ଏମିତି ଜଘନ୍ୟ କାଣ୍ଡ ଘଟାଇବାକୁ କୌଣସି ଧର୍ମ କୁହେନି, ଏହା କି ପ୍ରକାର ଲଢ଼େଇ ଯେଉଁଠାରେ ମଣିଷ ଜୀବନର କୌଣସି ମୂଲ୍ୟ ହିଁ ନାହିଁ । ଶୋକସନ୍ତପ୍ତ ପରିବାର ଲୋକଙ୍କୁ ମୁଁ ଗଭୀର ସମବେଦନା ଜଣାଉଛି ଏବଂ ଏଭଳି ଆତଙ୍କବାଦୀଙ୍କୁ ଖୋଜି ଖୋଜି ବିନା କୌଣସି ଦୟାରେ ଦଣ୍ଡ ଦିଆଯାଉ ।
Just read about the horrific and shocking terrorist attack in Pahalgam.
— Mohammed Siraj (@mdsirajofficial) April 23, 2025
To target and kill innocent civilians in the name of religion is pure evil...
No cause, no belief, no ideology can ever justify such a monstrous act.Yeh kaisi ladai hai... pic.twitter.com/nP5LKpT94E
କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ମଧ୍ୟ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ‘ଏକ୍ସ’ରେ ପୋଷ୍ଟ କରି ସଚିନ ଲେଖିଛନ୍ତି ଯେ, ଏଭଳି ଦୁଃଖ ସମୟରେ କେବଳ ଭାରତ ନୁହେଁ ସାରା ବିଶ୍ବବାସୀ ମୃତକଙ୍କ ପରିବାର ସହ ଅଛନ୍ତି । ମୃତକଙ୍କ ପରିବାରକୁ ନ୍ୟାୟ ମିଳୁ, ଏଭଳି ନୃଶଂସ କାଣ୍ଡ ଘଟାଇଥିବା ନରରାକ୍ଷସଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯାଉ ।
Shocked and deeply saddened by the tragic attacks on innocent people in Pahalgam.
— Sachin Tendulkar (@sachin_rt) April 23, 2025
The affected families must be going through an unimaginable ordeal – India and the world stand united with them at this dark hour, as we mourn the loss of lives and pray for justice.
ସେହିଭଳି ଭାରତର ଗୋଲ୍ଡେନ୍ ବୟ ନୀରଜ ଚୋପ୍ରା ଏବଂ ବ୍ୟାଡମିଣ୍ଟନ୍ ତାରକା ପିଭି ସିନ୍ଧୁ ମଧ୍ୟ ‘ଏକ୍ସ’ରେ ପୋଷ୍ଟ କରି ଆତଙ୍କୀ ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ଶୋକସନ୍ତପ୍ତ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ।
Heartbroken by the tragic attack in Jammu & Kashmir. Prayers for the victims and their families. 🙏
— Neeraj Chopra (@Neeraj_chopra1) April 22, 2025
My heart aches for the victims of the Pahalgam terror attack. So much pain. So much loss. No reason, no cause can ever justify such brutality.
— Pvsindhu (@Pvsindhu1) April 23, 2025
To the families left behind—your grief is beyond words, but you are not alone.
We are with you.
In these dark moments, may we find…