କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର ପହଲଗାମ ଆକ୍ରମଣକୁ ୨ ମାସ ପୂରିଲା । ତେବେ ଏହାରି ଭିତରେ ଆତଙ୍କୀ ଆକ୍ରମଣ ମାମଲାରେ ରାଷ୍ଟ୍ରୀୟ ଯାଞ୍ଚ୍ ଏଜେନ୍ସି (NIA)କୁ ବଡ଼ ସଫଳତା ହାସଲ ହୋଇଛି । ଆତଙ୍କୀଙ୍କୁ ଆଶ୍ରୟ ଦେଇଥିବା ୨ ଜଣଙ୍କୁ NIA ର ଟିମ୍ କାବୁ କରିସାରିଛି । ଦୁର୍ଭାଗ୍ୟର ବିଷୟ ହେଉଛି ୨ ଜଣ ସନ୍ଦିଗ୍ଧ ପହଲଗାମର ହିଁ ବାସିନ୍ଦା । ଯାଞ୍ଚ୍ ଏଜେନ୍ସିର କହିବା ମୁତାବକ ପହଲଗାମର ବଟକୋଟରେ ରହୁଥିବା ପରବେଜ ଅହମ୍ମଦ ଜୋଥର ଏବଂ ହିଲ୍ ପାର୍କର ବଶିର ଅହମ୍ମଦ ଜୋଥର ୩ ଜଣ ସଶସ୍ତ୍ର ଆତଙ୍କବାଦୀଙ୍କ ପରିଚୟ ଦେବା ସହ ପ୍ରତିବନ୍ଧିତ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା (LET) ସହ ଜଡ଼ିତ ପାକିସ୍ତାନର ନାଗରିକ ଥିଲେ ।

Advertisment
pahalgam-forces
pahalgam-forces Photograph: (google)

NIA ର ଯାଞ୍ଚ୍ ଅନୁସାରେ ଗିରଫ ହୋଇଥିବା ପରବେଜ ଅହମ୍ମଦ ଏବଂ ବଶିର ଅହମ୍ମଦ ଆକ୍ରମଣ ପୂର୍ବରୁ ହିଲ୍ ପାର୍କରେ ଗୋଟିଏ କୁଡ଼ିଆ କରି ଆତଙ୍କୀଙ୍କୁ ଶରଣ ଦେଇଥିଲେ । ଏହି ୨ ଜଣ ଆତଙ୍କୀଙ୍କ ଖାଇବା, ପିଇବା, ରହିବା ସବୁର ସୁବିଧା କରିଥିଲେ । ପହଲଗାମ ଆତଙ୍କବାଦୀ ଆକ୍ରମଣ ଦଶନ୍ଧି ଭିତରେ ହୋଇଥିବା ସବୁଠୁ ବଡ଼ ଆକ୍ରମଣ କହିଲେ କିଛି ଭୁଲ୍ ହେବନି । ରାଷ୍ଟ୍ରୀୟ ଯାଞ୍ଚ୍ ଏଜେନ୍ସି ଅନୁସାରେ ବେଆଇନ ଗତିବିଧି ଅଧିନିୟମ , ୧୯୬୭ ର ଧାରା ୧୯ ଅନୁସାରେ ଦୁହିଁଙ୍କୁ ଗିରଫ କରାଯାଇଛି । ଏପ୍ରିଲ ୨୨ ତାରିଖରେ ହୋଇଥିବା ଏହି ବୀଭତ୍ସ ଆକ୍ରମଣ ପରେ (RC-02/2025/NIA/JMU) କେସ୍ କରି ଯାଞ୍ଚ୍ କରାଯାଇଛି । 

NIA
NIA Photograph: (google)