କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀରରେ ନୂତନ ସରକାର ଗଠନ ହେବାକୁ ଯାଉଛି। ୩ ସଦସ୍ୟ ବିଶିଷ୍ଟ ପ୍ରତିନିଧି ମଣ୍ଡଳି ଆଜି ଏଲଜି ମନୋଜ ସିହ୍ନାଙ୍କୁ ଭେଟି ସରକାରୀ ଗଠନ ଦାବି ଉପସ୍ଥାପନ କରିବେ । ଅକ୍ଟୋବର ୧୩ କିମ୍ବା ୧୪ରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ବୋଲି ଆଶା କରାଯାଉଛି । ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ହେବେ । ତେବେ ରାଜ୍ୟ ସରକାରରେ କୌଣସି ଉପମୁଖ୍ୟମନ୍ତ୍ରୀ ରହିବେ ନାହିଁ ବୋଲି ସୂଚନା ମିଳିଛି ।
କିନ୍ତୁ କଂଗ୍ରେସକୁ ମିଳିପାରେ ଉପବାଚସ୍ପତି ପଦ । କଂଗ୍ରେସ ପକ୍ଷରୁ ବିଧାୟକ ଜିଏ ମେର କିମ୍ବା ରାଜ୍ୟ ସଭାପତି ତଥା କେନ୍ଦ୍ରୀୟ ଶାଲଟେଙ୍ଗ ବିଧାୟକ ତାରିକ ହମିଦ କରଙ୍କୁ କ୍ୟାବିନେଟ ମନ୍ତ୍ରୀ ଦିଆଯାଇପାରେ । ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ପରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଇଣ୍ଡିଆ ମିଳିତ ମଞ୍ଚ ୪୯ ଟି ଆସନ ଜିତିଛି। ମିଳିତ ମଞ୍ଚରେ ଅନ୍ତର୍ଭୁକ୍ତ ହୋଇଥିବା ଜାତୀୟ ସମ୍ମିଳନୀରେ ସର୍ବାଧିକ ୪୨ ଟି ସିଟ୍କଂଗ୍ରେସ ୬ ଟି ଏବଂ ସିପିଆଇ ଗୋଟିଏ ପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/Kob9M8R7j1Zrge3EMHan.jpg)