କନକ ବ୍ୟୁରୋ : ଏଣିକି ସାବାଡ ହେବେ ଶିକାରୀ । ଓଡ଼ିଶା ଜଙ୍ଗଲରେ ଶିକାର କଲେ ମିଳିବନି ତ୍ରାହି । ଶିକାରୀଙ୍କ ପାଦ ଚିହ୍ନକୁ ଶୁଙ୍ଘି ଶୁଙ୍ଘି ଧରିବ ସନ୍ଧାନୀ କୁକୁର । ବନ୍ୟଜନ୍ତୁଙ୍କ ସୁରକ୍ଷା ସହ ଶିକାର ରୋକିବାକୁ ଜଙ୍ଗଲ ବିଭାଗ ନୂଆ ପଦକ୍ଷେପ ନେଇଛି । ଜଙ୍ଗଲରେ ମୁତୟନ ହେବେ ତାଲିମପ୍ରାପ୍ତ କୁକୁର ।

ପ୍ରଥମ ପର୍ଯ୍ୟାୟରେ ୧୦ଟି ତାଲିମପ୍ରାପ୍ତ କୁକୁରଙ୍କୁ ବିଭିନ୍ନ ବନଖଣ୍ଡରେ ମୁତୟନ କରାଯିବ । ପର୍ଯ୍ୟାୟକ୍ରମେ ଅଧିକ କୁକୁରଙ୍କୁ ମୁତୟନ ପାଇଁ ବ୍ୟବସ୍ଥା କରାଯିବ । କୁକୁରଙ୍କ ବ୍ରିଡ୍ ଓ ସ୍ୱାସ୍ଥ୍ୟ ଯାଞ୍ଚ ପରେ ସେମାନଙ୍କୁ ଜଙ୍ଗଲରେ ମୁତୟନ କରାଯିବ । ର୍ପୂରୁ ଶିମିଳିପାଳ ଅଭୟାରଣ୍ୟରେ ୨ଟି ଜର୍ମାନ ସେଫର୍ଡ ପ୍ରଜାତିର କୁକୁର ମୁତୟନ କରାଯାଇଛି । ଏମାନଙ୍କୁ ଟ୍ରାଫିକ ଇଣ୍ଡିଆ ସଂସ୍ଥା ଯୋଗାଇଥିବା ବେଳେ ବର୍ଷେ ହେବ ଅଭୟାରଣ୍ୟରେ ଶିକାରୀଙ୍କୁ ଖୋଜୁଛନ୍ତି ସନ୍ଧାନୀ କୁକୁର ।

ଏଣିକି ଜଙ୍ଗଲରେ ଶିକାରୀ ଖୋଜିବେ ସନ୍ଧାନୀ କୁକୁର । ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗର ପଦକ୍ଷେପ । ସୂଚନା ମୁତାବକ ପ୍ରଥମ ପର୍ଯ୍ୟାୟରେ ୧୦ଟି ତାଲିମପ୍ରାପ୍ତ କୁକୁର ମୁତୟନ କରାଯିବ । ୬ଟି ବନଖଣ୍ଡରେ ଛଡ଼ାଯିବ ୧୦ ସନ୍ଧାନୀ କୁକୁର । ‘ବେଲଜିଆନ ମାଲିନୋସ’ କୁକୁରଙ୍କୁ ପ୍ରାଧାନ୍ୟ ଦିଆଯିବ । ୧୨ରୁ ୧୮ ମାସର କୁକୁରଙ୍କୁ ଚୟନ କରାଯିବ । କୁକୁରମାନେ ‘କେସିଆଇ’ରେ ପଞ୍ଜୀକରଣ ହୋଇଥିବା ଜରୁରୀ । ଯୋଗ୍ୟ ବିବେଚିତ କୁକୁରଙ୍କୁ ଦେଢ଼ ମାସ ତାଲିମ ଦିଆଯିବ । ୬ ମାସ ଯାଏ କୁକୁରଙ୍କ ଯୋଗ୍ୟତା ମପାଯିବ । ଯୋଗାଣକାରୀ ସଂସ୍ଥାର ୧୦ ବର୍ଷର ଅଭିଜ୍ଞତା ଥିବା ଜରୁରୀ
ବ୍ରିଡରମାନେ ପୂର୍ବରୁ କାହାକୁ କୁକୁର ଯୋଗାଇଛନ୍ତି ତାହା ବି ଯାଞ୍ଚ କରାଯିବ । ସର୍ବଭାରତୀୟ ସ୍ତରରେ ଏନେଇ ଟେଣ୍ଡର ଆହ୍ୱାନ ଦିଆଯାଇଛି ।