କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଜଗତର ସବୁଠୁ ଧନୀ କ୍ରିକେଟର କିଏ ? ଏ ପ୍ରଶ୍ନ ଶୁଣିବା ପରେ ଆପଣ ନିଶ୍ଚୟ ଭାବୁଥିବେ ସଚିନ ତେନ୍ଦୁଲକର କିମ୍ବା ବିରାଟ କୋହଲି ନଚେତ ମହେନ୍ଦ୍ର ସିଂ ଧୋନି ହୋଇଥିବେ । କିନ୍ତୁ ଆପଣ ଶୁଣିଲେ ଆଶ୍ଚର୍ୟ୍ୟ ହେବେ ଯେ ଏମାନଙ୍କ ମଧ୍ୟରେ କେହି ବି ଧନୀ ତାଲିକାରେ ନଂ ୧ ରେ ନାହାନ୍ତି । ଜଣେ ୨୭ ବର୍ଷୀୟ କ୍ରିକେଟର ଯିଏ ଏମାନଙ୍କୁ ପଛରେ ପକାଇଛି ।

ଭାରତୀୟ କ୍ରିକେଟ ବୋର୍ଡକୁ ବିଶ୍ୱର ଧନୀ ବୋର୍ଡ ବୋଲି ବିବେଚିତ କରାଯାଏ । ଭାରତୀୟ ଷ୍ଟାର କ୍ରିକେଟର ସଚିନ ତେନ୍ଦୁଲକର, ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନି କ୍ରିକେଟ ବ୍ୟତିତ ବିଜ୍ଞାପନ ଜରିଆରେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ତେବେ ଧନୀ ତାଲିକାରେ ତାଙ୍କ ନାଁ ଆସିବା ସ୍ୱାଭାବିକ । କିନ୍ତୁ ଏମାନଙ୍କୁ ପଛରେ ପକାଇଛି ଜଣେ ୨୭ ବର୍ଷୀୟ କ୍ରିକେଟର । ଯିଏକି ଆଜି ଯାଏ ଅନ୍ତର୍ଜୀତୀୟ କ୍ରିକେଟ ମ୍ୟାଚ ଖେଳି ନାହାନ୍ତି । ତାଙ୍କ ନାଁ ହେଉଛି ଆର୍ୟନ ବିର୍ଲା ।

ଘରୋଇ କ୍ରିକେଟରେ ମଧ୍ୟପ୍ରଦେଶର ଅଧିନାୟକ ଦାୟିତ୍ୱ ତୁଲାଉଥିବା ଆର୍ୟନ ବିର୍ଲାଙ୍କ ସମ୍ପତ୍ତି ସଚିନ, ବିରାଟଙ୍କଠୁ ବି ଅଧିକ । ସେ ଆଇପିଏଲରେ ରାଜସ୍ଥାନ ରୟାଲଲ୍ସ ପକ୍ଷରୁ ଖେଳି ବି ସାରିଛନ୍ତି । ସୂଚନା ମୁତାବକ ଆର୍ୟନ ବିର୍ଲା ଆଦିତ୍ୟ ବିର୍ଲା ଗ୍ରୁପର ଚେୟାରମ୍ୟାନ କୁମାର ମଙ୍ଗଲମ୍ ବିର୍ଲାଙ୍କ ପୁଅ । ଗଣମାଧ୍ୟମ ରିପୋର୍ଟ ମୁତାବକ ତାଙ୍କ ସମ୍ପତ୍ତିର ମୂଲ୍ୟ ପାଖାପାଖୀ ୭୦ ହଜାର କୋଟି ଟଙ୍କା ।

୯ ଜୁଲାଇ ୧୯୯୭ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ଆର୍ୟନ ମଧ୍ୟପ୍ରଦେଶ ପକ୍ଷରୁ ଘରୋଇ କ୍ରିକେଟ ଖେଳନ୍ତି । ୨୦୧୭-୧୮ ରେ ସେ ଏମପିରୁ ୯ଟି ଫାର୍ଷ୍ଟ କ୍ଲାସ ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ସେ ୪୧୪ ରନ ମଧ୍ୟ କରିଛନ୍ତି । ୨୦୧୮ ରେ ସେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ୩୦ ଲକ୍ଷ ଟଙ୍କାରେ କିଣାଯାଇଥିଲେ । କିନ୍ତୁ ୨୦୧୯ରୁ ସେ ବ୍ୟକ୍ତିଗତ କାରଣରୁ କ୍ରିକେଟ ଦୁନିଆରୁ ବିରତି ନେଇଛନ୍ତି ।