ବୁଲଡୋଜର ଉପରେ ଲାଗିଲା ରୋକ୍; ସୁପ୍ରିମକୋର୍ଟଙ୍କ ବିନା ଅନୁମତିରେ ସମ୍ପତ୍ତିକୁ ଉଚ୍ଛେଦ ମନା

Advertisment

ସର୍ବୋଚ୍ଚ ନ୍ୟାୟାଳୟ ସମଗ୍ର ଦେଶରେ ବୁଲଡୋଜର କାରବାର ଉପରେ ରୋକ୍ ଲଗାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ବିନା ଅନୁମତିରେ କୌଣସି ଉଚ୍ଛେଦ କରାଯିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସର୍ବୋଚ୍ଚ ନ୍ୟାୟାଳୟ ସମଗ୍ର ଦେଶରେ ବୁଲଡୋଜର କାରବାର ଉପରେ ରୋକ୍ ଲଗାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ବିନା ଅନୁମତିରେ କୌଣସି ଉଚ୍ଛେଦ କରାଯିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

'Buldozer Action'

କନକ ବ୍ୟୁରୋ : ସାରା ଦେଶରେ ଚାଲିଥିବା ବୁଲଡୋଜର କାର୍ୟ୍ୟାନୁଷ୍ଠାନକୁ ନେଇ ଆଜି ସୁପ୍ରିମକୋର୍ଟ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ସମଗ୍ର ଦେଶରେ ବୁଲଡୋଜର କାରବାର ଉପରେ ରୋକ୍ ଲଗାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ବିନା ଅନୁମତିରେ କୌଣସି ଉଚ୍ଛେଦ କରାଯିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କୋର୍ଟ କହିଛନ୍ତି ଯଦି କୌଣସି ମନ୍ଦିର, ମସଜିଦ, ଗୁରୁଦ୍ୱାର କିମ୍ବା କୌଣସି ଧାର୍ମିକ ସ୍ଥାନ ସରକାରୀ ସମ୍ପତ୍ତିରେ ନିର୍ମାଣ ହୋଇଛି, ତେବେ ଆମର କୌଣସି ଆପତ୍ତି ନାହିଁ । କିନ୍ତୁ ଉଚ୍ଛେଦ ଆଇନସମ୍ମତ ହେବା ଉଚିତ୍ । ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧ରେ ହେବ ।

ଶୁଣାଣି ସମୟରେ ଭାରତର ସଲିସିଟର ଜେନେରାଲ କହିଛନ୍ତି ଯେ, ଏହି ମାମଲାରେ ଏକ ନିର୍ଦ୍ଦିଷ୍ଟ ନ୍ୟାରେଟିଭ୍ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି । ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଯାହା କାହାଣୀ ସୃଷ୍ଟି ହେଉଛି, ସେଥିରେ ଅଦାଲତ ପ୍ରଭାବିତ ହେଉନାହାନ୍ତି । ବେଆଇନ ନିର୍ମାଣକୁ ଭାଙ୍ଗିବାକୁ ଆମେ ବିରୋଧ କରୁନାହୁଁ । କିନ୍ତୁ ସରକାର ବିଚାରପତି ଭୂମିକା ନିର୍ବାହ କରିପାରିବେ ନାହିଁ । ଯଦି ଗୋଟିଏ ବି ବେଆଇନ ଭଙ୍ଗାରୁଜା ମାମଲା ରହିଛି, ତାହା ଆମ ସମ୍ବିଧାନର ମୌଳିକ ଭାବନା ବିରୁଦ୍ଧରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe