ହରିଆଣା ଆସନ ପାଇଁ ମିଶିଲାନି ମନ; ସସପେନ୍ସରେ ଆପ-କଂଗ୍ରେସ ମେଣ୍ଟ

Advertisment

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ୨୦ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି । କଂଗ୍ରେସ ସହ ଆସନ ଭାଗବଣ୍ଟା ଆଲୋଚନା ମଧ୍ୟରେ ଆପର ଏଭଳି ପ୍ରାର୍ଥୀ ତାଲିକା ଦୁଇ ଦଳର ମେଂଟ ଉପରେ ପ୍ରଶ୍ନବରାଚୀ ଉଠାଇଛି ।

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ୨୦ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି । କଂଗ୍ରେସ ସହ ଆସନ ଭାଗବଣ୍ଟା ଆଲୋଚନା ମଧ୍ୟରେ ଆପର ଏଭଳି ପ୍ରାର୍ଥୀ ତାଲିକା ଦୁଇ ଦଳର ମେଂଟ ଉପରେ ପ୍ରଶ୍ନବରାଚୀ ଉଠାଇଛି ।

Haryana Election

କନକ ବ୍ୟୁରୋ : ଘୋଷିତ ପ୍ରାର୍ଥୀ ତାଲିକାରେ କାଲଗାଟ ଆସନରୁ ଦଳର ଉପସଭାପତି ଅନୁରାଗ ଧଣ୍ଡା ଓ ଭିୱାନୀ ଆସନରୁ ଇନ୍ଦୁ ଶର୍ମା ଲଢିବେ । ସେହିଭଳି ମେହାମରୁ ବିକାଶ ନେହରା ଓ ରୋହତକରୁ ବ୍ରିଜେନ୍ଦର ହୁଡାଙ୍କୁ ଦଳୀୟ ଟିକେଟ ମିଳିଛି । ବାକି ଆସନ ପାଇଁ ପ୍ରାର୍ଥୀ ତାଲିକା ଖୁବଶୀଘ୍ର ହେବ ବୋଲି ଆପ ସଭାପତି ସୁଶୀଲ ଗୁପ୍ତା ଘୋଷଣା କଂଗ୍ରେସ ସହ ମେଂଟ ଉପରେ ପୁର୍ଣ୍ଣଛେଦ ପକାଇଥିବାର କୁହାଯାଉଛି ।

କଂଗ୍ରେସ ଓ ଆପ ମଧ୍ୟରେ ମେଂଟ ପାଇଁ ବିରୋଧିଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରସ୍ତାବ ପରେ ଦୁଇ ଦଳ ମଧ୍ୟରେ ଆସନ ଭାଗବଂଟା ନେଇ ବହୁବାର ଆଲୋଚନା ହୋଇଥିଲା । ଆପ ଅତିକମରେ ୧୦ଟି ଆସନରେ ଲଢିବାକୁ ଜିଦ୍ ଧରିଥିଲା, ମାତ୍ର ରାଜ୍ୟ କଂଗ୍ରେସ ନେତୃବୃନ୍ଦ ୫ଟିରୁ ଅଧିକ ଆସନ ଦେବାକୁ ମନା କରିଥିଲା ।

ଏଭଳି ସ୍ଥିତିରେ ମଧ୍ୟ କଂଗ୍ରେସ ଗତ ୬ସେପ୍ଟେମ୍ବର ରେ ୩୧ଜଣିଆ ପ୍ରାର୍ଥି ତାଲିକା ଘୋଷଣା କରିଥିଲା । ଏହା ସହିତ ଗତକାଲି ମଧ୍ୟ ଏକ ୯ଜଣିଆ ପ୍ରାର୍ଥୀ ତାଲିକା ଜାରୀ କରିଥିଲା  । ଏଭଳି ସ୍ଥତିରେ ନିର୍ବାଚନ ରାଜନୀତି ପଛରେ ନପଡିବାକୁ ଆପ୍ ପାର୍ଥୀ ତାଲିକା ଘୋଷଣା କରିଛି ।

ହରିୟାଣାରେ ବିଜେପିର ୧୦ବର୍ଷ ଶାସନ ବିରୋଧୀ ମତରୁ ଫାଇଦା ଓ ଅଣ ବିଜେପି ଭୋଟ ବିଭାଜନ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଆପ ସହ ମେଂଟ ପ୍ରସ୍ତାବ ଦେଇଥିଲେ । ଆପର ପ୍ରାର୍ଥୀ ତାଲିକା ଘୋଷଣା ଦ୍ୱାରା ଏହି ଦୁଇ ଉଦ୍ଦେଶ୍ୟରେ ବାଧା ଦେବ ନିଶ୍ଚୟ । ମାତ୍ର ଆପ୍ ର ଏହା ପ୍ରେସର ଟାକଟିସ୍ ନା ପ୍ରକୃତ ଉଦ୍ଦେଶ୍ୟ  ତାହା ଖୁବ ଶୀଘ୍ର ଜଣାପଡ଼ିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe