କନକ ବ୍ୟୁରୋ : ଘୋଷିତ ପ୍ରାର୍ଥୀ ତାଲିକାରେ କାଲଗାଟ ଆସନରୁ ଦଳର ଉପସଭାପତି ଅନୁରାଗ ଧଣ୍ଡା ଓ ଭିୱାନୀ ଆସନରୁ ଇନ୍ଦୁ ଶର୍ମା ଲଢିବେ । ସେହିଭଳି ମେହାମରୁ ବିକାଶ ନେହରା ଓ ରୋହତକରୁ ବ୍ରିଜେନ୍ଦର ହୁଡାଙ୍କୁ ଦଳୀୟ ଟିକେଟ ମିଳିଛି । ବାକି ଆସନ ପାଇଁ ପ୍ରାର୍ଥୀ ତାଲିକା ଖୁବଶୀଘ୍ର ହେବ ବୋଲି ଆପ ସଭାପତି ସୁଶୀଲ ଗୁପ୍ତା ଘୋଷଣା କଂଗ୍ରେସ ସହ ମେଂଟ ଉପରେ ପୁର୍ଣ୍ଣଛେଦ ପକାଇଥିବାର କୁହାଯାଉଛି ।
କଂଗ୍ରେସ ଓ ଆପ ମଧ୍ୟରେ ମେଂଟ ପାଇଁ ବିରୋଧିଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରସ୍ତାବ ପରେ ଦୁଇ ଦଳ ମଧ୍ୟରେ ଆସନ ଭାଗବଂଟା ନେଇ ବହୁବାର ଆଲୋଚନା ହୋଇଥିଲା । ଆପ ଅତିକମରେ ୧୦ଟି ଆସନରେ ଲଢିବାକୁ ଜିଦ୍ ଧରିଥିଲା, ମାତ୍ର ରାଜ୍ୟ କଂଗ୍ରେସ ନେତୃବୃନ୍ଦ ୫ଟିରୁ ଅଧିକ ଆସନ ଦେବାକୁ ମନା କରିଥିଲା ।
ଏଭଳି ସ୍ଥିତିରେ ମଧ୍ୟ କଂଗ୍ରେସ ଗତ ୬ସେପ୍ଟେମ୍ବର ରେ ୩୧ଜଣିଆ ପ୍ରାର୍ଥି ତାଲିକା ଘୋଷଣା କରିଥିଲା । ଏହା ସହିତ ଗତକାଲି ମଧ୍ୟ ଏକ ୯ଜଣିଆ ପ୍ରାର୍ଥୀ ତାଲିକା ଜାରୀ କରିଥିଲା । ଏଭଳି ସ୍ଥତିରେ ନିର୍ବାଚନ ରାଜନୀତି ପଛରେ ନପଡିବାକୁ ଆପ୍ ପାର୍ଥୀ ତାଲିକା ଘୋଷଣା କରିଛି ।
ହରିୟାଣାରେ ବିଜେପିର ୧୦ବର୍ଷ ଶାସନ ବିରୋଧୀ ମତରୁ ଫାଇଦା ଓ ଅଣ ବିଜେପି ଭୋଟ ବିଭାଜନ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଆପ ସହ ମେଂଟ ପ୍ରସ୍ତାବ ଦେଇଥିଲେ । ଆପର ପ୍ରାର୍ଥୀ ତାଲିକା ଘୋଷଣା ଦ୍ୱାରା ଏହି ଦୁଇ ଉଦ୍ଦେଶ୍ୟରେ ବାଧା ଦେବ ନିଶ୍ଚୟ । ମାତ୍ର ଆପ୍ ର ଏହା ପ୍ରେସର ଟାକଟିସ୍ ନା ପ୍ରକୃତ ଉଦ୍ଦେଶ୍ୟ ତାହା ଖୁବ ଶୀଘ୍ର ଜଣାପଡ଼ିବ ।