କନକ ବ୍ୟୁରୋ : ନୀତିନ ଗଡକରୀ ସବୁବେଳେ ତାଙ୍କ ବୟାନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି । ପୁଣି ଗଡକରୀ ଏପରି ଏକ ବୟାନ୍ ଦେଇଛନ୍ତି ଯାହାକୁ ନେଇ ପୁଣି ଚର୍ଚ୍ଚା ସୃଷ୍ଟି ହୋଇଛି । ସରକାର ହେଉଛନ୍ତି ବିଷକନ୍ୟା’ ଗଡକରୀଙ୍କ ଏହି ବୟାନ୍ ଏବେ ଚର୍ଚ୍ଚା ସୃଷ୍ଟି କରିଛି ।
କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ନାଗପୁରର ଏକ ଇଭେଣ୍ଟରେ କହିଛନ୍ତି, ସରକାର ହେଉଛନ୍ତି ବିଷକନ୍ୟା । ସରକାର ଯାହା ସହ ଯାଆନ୍ତି, ତାକୁ ବୁଡାଇ ଦିଅନ୍ତି । ସବୁ କାମ ସରକାରଙ୍କ ଦ୍ୱାରା ହେବା କଥା ନୁହେଁ । ଯେକୌଣସି ଦଳର ସରକାର ହୁଅନ୍ତୁନା କାହିଁକି ସରକାରଙ୍କଠୁ ଦୁରେଇ ରହିବା ଭଲ । ନିବେଶ ଉପରେ ନୀତିନ ଗଡକରି ଉଦବୋଧନରେ ଗଡକରୀ ଏପରି କିଛି କହିଛନ୍ତି । ସେ କହିଛନ୍ତି, ନିବେଶ କ୍ଷେତ୍ରରେ ସରକାରଙ୍କ ତରଫରୁ କେତେ ସବସିଡି ମିଳିବ? କେବେ ମିଳିବ? ଏହାକୁ ଦେଖିବା ଆବଶ୍ୟକତା ନାହିଁ । ସରକାରଙ୍କ ଉପରେ ନିର୍ଭର ନରହି ନିଜ କାମ ନିଜେ କରିବା ଉଚିତ୍
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/L2g739bT3bp4ujysw1IU.jpg)