ମଝି ଆକାଶରୁ ଖସିପଡିଲା ହେଲିକପ୍ଟର : ସମସ୍ତ ଯାତ୍ରୀ ମୃତ

Advertisment

ନ୍ୟୁୟର୍କର ହଡସନ ନଦୀ ସ୍ଥିତ ଏକ ଦର୍ଶନୀୟ ସ୍ଥାନ ନିକଟରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ।

Updated On

ନ୍ୟୁୟର୍କର ହଡସନ ନଦୀ ସ୍ଥିତ ଏକ ଦର୍ଶନୀୟ ସ୍ଥାନ ନିକଟରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଅଦ୍ୟତନ ହୋଇଛି
one to

Photograph: (kanaknews)

କନକବ୍ୟୁରୋ : ମଝି ଆକାଶରେ ହେଲିକପ୍ଟର କ୍ରାସ୍, ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି । ଦୁର୍ଘଟଣା ପରେ ନଦୀ ମଝିକୁ ଖସିପଡ଼ିଲା ହେଲିକପ୍ଟର ।  ମୃତକଙ୍କୁ ଉଦ୍ଧାର କରିବା ପାଇଁ ନଦୀ ଭିତରେ  ଚାଲିଛି ଉଦ୍ଧାର କାର୍ଯ୍ୟ ।

ସୂଚନା ଅନୁଯାୟୀ ,ଏହି ଦୁର୍ଘଟଣାରେ ହେଲିକପ୍ଟରରେ  ଥିବା ସମସ୍ତ ଲୋକଙ୍କର ମୃତ୍ୟୁ ହୋଇଛି  । ହେଲିକପ୍ଟରରେ  ପାଇଲଟଙ୍କ ସହ ସ୍ପେନର ଏକ ପରିବାର ଥିଲେ ବୋଲି ସୂଚନା ରହିଛି  ।  ଆହତ ଅବସ୍ଥାରେ ଦୁଇ ଯାତ୍ରୀଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଛଅ ଜଣ ଯାତ୍ରୀଙ୍କୁ  ଉଦ୍ଧାର କରାଯାଇଛି  । ଏଥିସହ ଏହି ଘଟଣା ପରେ ମେୟର ଏରିକ୍ ଆଡାମ୍ସ କହିଛନ୍ତି  ଏଭଳି ଏଭଳି ଘଟଣା ହୃଦୟ ବିଦାରକ   ।  ଏଥିସହ ସୋସିଆଲ ମିଡିଆରେ ବିମାନ ଭାଙ୍ଗିବା ଏବଂ ହେଲିକପ୍ଟରଟି ଜଳପଥରେ ଖସିପଡ଼ିବାର ଦୃଶ୍ୟ ଦେଖିବାକୁ ମିଳିଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe